ରାଜୁଲକୋଣ୍ଡା ଫାର୍ମ ଜମି ଜବରଦଖଲ ମାମଲାରେ ୩ ଗିରଫ

Spread the love

ମାଲକାନଗିରି : ମହାଙ୍ଗା ପଡିଲା ସରକାରୀ ଜମି କେଳେଙ୍କାରୀ । ବନ୍ଧା ହେଲେ ମାଲକାନଗିରି ଜିଲ୍ଲା ସିପିଆଇ ନେତା ହଳଧର ପୂଜାରୀ । କୋର୍ଟର ଗିରଫ ପରୱାନା ପରେ ସିପିଆଇ ନେତାକୁ ବାନ୍ଧିଛି ଚିତ୍ରକୋଣ୍ଡା ପୋଲିସ । ପୂଜାରୀଙ୍କ ସମେତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ୨ ଜଣଙ୍କୁ ଗିରଫ ପରେ ମାଲକାନଗିରି କୋର୍ଟ ଚାଲାଣ କରିଛି ପୋଲିସ । ୨ ବର୍ଷ ତଳେ ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳର ଆଦିବାସୀଙ୍କୁ ପଟ୍ଟା ଜମି ଯୋଗାଇ ଦେବାକୁ କହି ସରକାରୀ ଜମିକୁ ଚିତ୍ରକୋଣ୍ଡାର ରାଜୁଲକୋଣ୍ଡାରେ ଥିବା ଉଦ୍ୟୋଗ ବିଭାଗର ସରକାରୀ ଜମିକୁ ଦେଖାଇ ଲକ୍ଷଲକ୍ଷ ଟଙ୍କା ଅର୍ଥ ଆତ୍ମସାତ୍ କରିଥିଲେ । ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଥାନାରେ ମାମଲା ରୁଜୁ କରିଥିଲା ଜମି କେଳେଙ୍କାରୀ ବାବଦରେ ଆଇପିସି ୧୨୦-ବି, ୩୮୪, ୪୨୦ ଦଫାରେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *