୩ ବାଇକ ସହ ୫୦ ହଜାର ଟଙ୍କାର କାଠ ଜବତ : ଜଣେ ଗିରଫ

Spread the love

ଜୟପୁର : ଜୟପୁର ବନାଞ୍ଚଳ ତରଫରୁ ପେଟ୍ରୋଲିଂ ବେଳେ ଚୋରା କାଠ ଜବତ କରାଯିବା ସହ ଘଟଣାରେ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁନ୍ଦୁରା ପାଖନାଗୁଡାର ଦାମୋଦର ଦୁରୁଆ । ଜୟପୁର ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡାଙ୍କ ସୂଚନା ଅନୁଯାୟୀ, ଜୟପୁର ବନାଞ୍ଚଳ ତରଫରୁ ପେଟ୍ରୋଲିଂ ଚାଲୁଥିବା ବେଳେ ୩ଟି ବାଇକରେ ୬ ଜଣ ବସି ଚୋରା କାଠ ଧରି କୁନ୍ଦୁରା ଠାରୁ ଜୟପୁର ଅଭିମୁଖେ ଆସୁଥିବା ବେଳେ ଚଢଉ କରାଯାଇଛି । ବନ ବିଭାଗ ତରଫରୁ ଘାଟବାଗ୍ରା ନିକଟରେ ଚଢଉ କରାଯାଇଥିବା ବେଳେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ୫ ଜଣ କାଠ ଚାଲାଣକାରୀ ଚମ୍ପଟ ମାରିଥିବା ବେଳେ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ । ବନ ବିଭାଗ ଚଢଉ କରି ୧୮ଟି ଶାଳ ସାଇଜ, ୧୪ଟି ବିଜା ପଟା ସହ ୩ଟି ବାଇକକୁ ଜବତ କରିଛି । ଜବତ କାଠର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରି ଶ୍ରୀ ପରିଡା ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଏହି ଚଢଉରେ ବନାଞ୍ଚଳ ଅଧିକାରି ସଚିଦା ନନ୍ଦ ପରିଡା, ଫରେଷ୍ଟର ରଞ୍ଜିତା ନାୟକ, ସୁଶିଳ ମହାନ୍ତି, ଅରୁଣ ଜେନା, ଫରେଷ୍ଟ ଗାର୍ଡ ଅନିଲ ଦାସ, ଗୌତମ ସ୍ଵାଇଁ, ସିଏଚ କାଲୋ କଳ୍ପନା ନାୟକଙ୍କ ସହ ପାରା ଷ୍ଟାଫ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *