ସ୍କୁଲରେ ଗୁଳିମାଡ, ୩ ମୃତ

Spread the love

ଆରାକ୍ରୁଜ: ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ। ଟଳିପଡିଲେ ୩ ଜଣ। ଦୁଇ ଜଣ ଶିକ୍ଷକଙ୍କ ସମେତ ଜଣେ ଛାତ୍ରଙ୍କ ଏହି ଗୁଳିମାଡରେ ମୃତ୍ୟୁ ହୋଇଥିବା ବେଳେ  ୧୧ରୁ ଅଧିକ ଗୁରୁତର ଆହତ  ହୋଇଛନ୍ତି। ଗୁରୁତର ୧୧ ଜଣଙ୍କ ମଧ୍ୟରେ ୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ୨ ଛାତ୍ର ମଧ୍ୟ ଅଛନ୍ତି। ବ୍ରାଜିଲର ଦକ୍ଷିଣ ପୂର୍ବାଞ୍ଚଳରେ ଥିବା ଏକ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି।

ରିପୋର୍ଟ ମୁତାବକ, ଶୁକ୍ରବାର ବ୍ରାଜିଲର ଆରାକ୍ରୁଜ ସହରରେ ଥିବା ଏସ୍କିରିଟୋ ସେଣ୍ଟର ଦୁଇଟି ସ୍କୁଲରେ ଏହି ଗୁଳିକାଣ୍ଡ ହୋଇଥିଲା। ଜଣେ ଦୁର୍ବୃତ୍ତ ସ୍କୁଲ ଭିତରେ ବନ୍ଧୁକ ଧରି ପଶି ଆସିବା ସହ ଆଖିବୁଜା ଗୁଳିମାଡ କରିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁଟର୍ ଜଣକ ସେମି ଅଟୋମେଟିକ ପିସ୍ତଲରେ ଆକ୍ରମଣ କରିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଘଟଣାର ତଦନ୍ତ କରୁଛି ସ୍ଥାନୀୟ ପୁଲିସ।

Leave a Reply

Your email address will not be published. Required fields are marked *