ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ଓଡ଼ିଆ ଯୁବକ ଗିରଫ

Spread the love

ଭୁବନେଶ୍ୱର : ପାକିସ୍ତାନୀ ଏଜେଂଟକୁ ଓଟିପି ଶେୟାରିଂ କରିବା ଭଳି ଦେଶ ବିରୋଧୀ କାର୍ଯ୍ୟରେ ଏସଟିଏଫ ତିନି ଜଣଙ୍କୁ ଗିରଫ କରିଛି । ନୟାଗଡ଼ରୁ ଦୁଇ ଓ ଯାଜପୁରରୁ ଜଣେକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆଇଟିଆଇ ଶିକ୍ଷକ ଅଛନ୍ତି । ଏହି ସୂଚନା ଦେଇଛନ୍ତି ଏସଟିଏଫ ଆଇଜି ଜୟ ନାରାୟଣ ପଙ୍କଜ ।

ସେ କହିଛନ୍ତି ଯେ ଗିରଫ ଅଭିଯୁକ୍ତମାନେ ହେଲେ ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକ । ଏମାନେ ଜାଲିଆତି କରି ଅନ୍ୟ ନାଁରେ ସିମ୍ କାର୍ଡ ହାତଉ ଥିଲେ । ଓଡ଼ିଶାରେ ସିମ୍ ରଖି ଏହାର ଓଟିପିକୁ ପାକିସ୍ତାନ ଏଜେଂଟକୁ ବିକ୍ରି କରୁଥିଲେ । ଏପରିକି ସେହି ଓଟିପି ଆଇଏସଆଇ ଏଜେଂଟକୁ ମଧ୍ୟ ବିକ୍ରି ହେଉଥିଲା । ସେହି ଓଟିପି ଜରିଆରେ ବିଭିନ୍ନ ସୋଶାଲ ମିଡିଆ ଆକାଉଂଟ ଖୋଲାଯାଉଥିଲା । ଗୁପ୍ତଚରୀ, ଆତଙ୍କୀକୁ ତଥ୍ୟ ପ୍ରଦାନ, ଦେଶ ବିରୋଧୀ କାର୍ଯ୍ୟ ଭଳି କାମରେ ଏହି ଓଟିପି ସେୟାର ଓ ସୋଶାଲ ମିଡିଆ ଆକାଉଂଟ କାମରେ ଲାଗୁଥିଲା ।

ସେ କହିଛନ୍ତି ଯେ ଅଭିଯୁକ୍ତଙ୍କ ନିକଟରୁ ୧୯ ଦାମୀ ମୋବାଇଲ୍ ଜବତ କରା ଯାଇଛି ।  ୪୭ଟି ସିମ୍ କାର୍ଡ ଓ ୬୧ଟି ଏଟିଏମ୍ କାର୍ଡ ମଧ୍ୟ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *