ମାଣିକାଗୋଡା ଜଙ୍ଗଲରୁ ୩ ଅନ୍ତଃ ଜିଲ୍ଲା ଚୋର ଗିରଫ, ବିପୁଳ ପରିମାଣର ସୁନାରୁପା ଅଳଙ୍କାର ସମେତ ଏକ ମୃତ ବଜ୍ରକାପ୍ତା ଜବତ

Spread the love

ଖୋର୍ଦ୍ଧା : ଚୋରି କରିବା ପାଇଁ ଦିନରେ ଫେରିବାଲା ରୁପରେ ବେପାର କରିନ୍ତି । ରାତିରେ ଚୋରି କରନ୍ତି । ଏପରିକି ଚୋରି କରିବା ପାଇଁ ଏକ୧୫ ଜଣିଆ ଚୋର ଗ୍ୟାଙ୍ଗ ବିଭିନ୍ନ ଗାଁ ଗହଳି ଠାରୁ ଆରମ୍ଭ କରି ସହରାଞ୍ଚଳରେ ବୁଲି ବୁଲି ବେପାର କରୁଛନ୍ତି । ଏହି ଗ୍ୟାଙ୍ଗ ଦିନରେ ଠାବ କରି ରାତିରେ ବିଭିନ୍ନ କୌଶଳରେ ଘରେ ପଶି ଚୋରି କରନ୍ତି ।ଏଭଳି ଏକ ଗ୍ୟାଙ୍ଗର ତିନି ଜଣ ଆନ୍ତଜିଲ୍ଲା ଚୋରଙ୍କୁ ଖୋର୍ଦ୍ଧା ପୋଲିସ ବୋଲଗଡ଼ ମାଣିକାଗୋଡା ଜଙ୍ଗଲରୁ ଗିରଫ କରିବାରେ ସଫଳ ହୋଇଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ କଟକ ଜିଲ୍ଲାର କାନପୁର ଥାନା ଅଞ୍ଚଳର ପ୍ରସନ୍ନ କୁମାର ପାତ୍ର (୩୫), ପୁରୀ ଜିଲ୍ଲା କଣାସ ଥାନା ଅଞ୍ଚଳର ରାହୁଲ ପ୍ରଧାନ (୨୦) ଓ ନୟାଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ପ୍ରଶାନ୍ତ ନାୟକ (୩୦)। ଏମାନଙ୍କ ନିକଟରୁ ପୋଲିସ ୫ କେଜି ରୁପା ଅଳଙ୍କାର, ୨୫୦ ଗ୍ରାମ ସୁନା ଅଳଙ୍କାର, ଘରେ ପଶି ଚୋରି କରିବା ପାଇଁ ବ୍ୟବହୃତ ସରଞ୍ଜାମ ଓ ଏକ ମୃତ ବଜ୍ରକାପ୍ତା ଜବତ କରିଛି । ତେବେ ଅନ୍ୟମାନେ ଫେରାର ଥିବା ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି ।ଏହି ଗ୍ୟାଙ୍ଗ ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ଵ ଡକାୟତିରେ ସାମିଲ ଥିବା ପୋଲିସ କହିଛି । ଉକ୍ତ ଗ୍ୟାଙ୍ଗ ବେଆଇନ ବନ୍ୟଜନ୍ତୁ ଶିକାରରେ ମଧ୍ୟ ସାମିଲ ଥିବା ଜଣାପଡିଛି ।ଏସପିଙ୍କ କହିବା ମୁତାବକ ଗତ ୧୯ ତାରିଖରେ ବୋଲଗଡ ଥାନା ମାଣିକଗୋଡ଼ା କୁମୁଟି ସାହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ କେସ ନମ୍ବର ୧୯୪/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ତିନି ଅଭିଯୁକ୍ତଙ୍କୁ ପୋଲିସ ବୋଲଗଡ଼ ମାଣିକଗୋଡ଼ା ଜଙ୍ଗଲରୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କୁ ବିଭିନ୍ନ ଜିଲ୍ଲାର ପୋଲିସ ପଚରାଉଚୁରା କରିବାରୁଏହି ଗ୍ୟାଙ୍ଗ ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ଵ ଡକାୟତିରେ ସାମିଲ ଥିବା ପୋଲିସ କହିଛି। ଏପରିକି ଏହି ଗ୍ୟାଙ୍ଗ ବେଆଇନ ବନ୍ୟଜନ୍ତୁ ଶିକାରରେ ମଧ୍ୟ ସାମିଲ ଥିବା ଜଣାପଡିଛି । ତେବେ ଏହି ଗ୍ୟାଙ୍ଗର ଆହୁରି ୧୨ ରୁ ୧୫ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ପୋଲିସ ୫ କେଜି ରୁପା ଅଳଙ୍କାର, ୨୫୦ ଗ୍ରାମ ସୁନା ଅଳଙ୍କାର, ଘର ଚୋରିରେ ବ୍ୟବହୃତ ସରଞ୍ଜାମ ଓ ଏକ ମୃତ ବଜ୍ରକାପ୍ତା ଜବତ କରିଛି । ବୋଲଗଡ଼ ଥାନା, ଟାଉନ ଥାନା, ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ସାଇବର ଟିମର ପୋଲିସ ଅଧିକାରୀମାନେ ଉକ୍ତ ଅପେରସନରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *