ଛତିଗଡ: ପିଲା ଚୋରି ଗୁଜବରେ ୩ ସାଧୁଙ୍କୁ ନିର୍ଧୁମ ମାଡ

Spread the love

ରାଞ୍ଚି: ଛତିଶଗଡର ଦୁର୍ଗରେ ଅଭାବନୀୟ ଘଟଣା। ତିନି ସାଧୁଙ୍କୁ ପିଲା ଚୋରି ଅଭିଯୋଗରେ ନିର୍ଧୁମ ପିଟିଲେ ସ୍ଥାନୀୟ ବାସିନ୍ଦା। ଦୁର୍ଗର ଭିଲାଇ ୩ ଥାନା କ୍ଷେତ୍ରର ଚରୋଦା ବସ୍ତାରେ ପିଲା ଚୋର ସନ୍ଦେହରେ ୩ ସାଧୁଙ୍କୁ ଧରି ପିଟିଲେ ଲୋକେ। ସାଧୁଙ୍କୁ ମାଡର ଭିଡିଓ ଭାଇରାଲ ହେବା ପରେ ପୁଲିସ ଅଡୁଆରେ।

ଭିଲାଇ୩ ଥାନା ଅଞ୍ଚଳର ଚରୋଦା ଗାଁରେ ହଠାତ୍ ପିଲା ଚୋରିର ଅପପ୍ରଚାର ହେଲା। ଏହି ସମୟରେ ଗ୍ରାମବାସୀ ତିନି ଜଣ ସାଧୁଙ୍କୁ ଧରି ନିସ୍ତୁକ ମାଡ ମାରିବା ଆରମ୍ଭ କରିଦେଲେ। ଗ୍ରାମବାସୀମାନେ ସାଧୁମାନଙ୍କୁ ପିଟି ପିଟି ଲହୁଲୁହାଣ କରିଦେଇଛନ୍ତି। ସାଧୁ ହାତ ଯୋଡି ଲୋକଙ୍କୁ ଯେତେ ସତ କହିଲେବି ଉତ୍ତେଜିତ ଭିଡ ସେମାନଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। କିଛି ନଶୁଣି ଯିଏ ଯେମିତି ପାରିଲା ପିଟିଲା।

ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ଶାନ୍ତ କରିବା ସହ ଗୁରୁତର ଆହତ ଅବସ୍ଥାରେ ସାଧୁମାନଙ୍କୁ ଉଦ୍ଧାର କରାଯାଇଛି। ସେପଟେ ସାଧୁଙ୍କୁ ମାଡ ମାରିବାର ଭିଡିଓ ଭାଇରାଲ ହେବାରୁ ପୁଲିସ ଅଡୁଆରେ ପଡି ଯାଇଛି। ଭିଲାଇ-୩ର ଥାନା ଅଧିକାରୀ ମନୀଷ ଶର୍ମା କହିଛନ୍ତି, ସୂଚନା ମିଳିବା ମାତ୍ରେ ପୁଲିସ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟଣାରେ ଥାନାରେ ମାମଲା ଦାୟର ହୋଇଛି। ପିଲା ଚୋରି ଗୁଜବକୁ ନେଇ ଏପରି ଘଟଣା ଘଟିଥିବା କହିଛନ୍ତି ଶର୍ମା।

ସେପଟେ ଏହି ଘଟଣାରେ ଅଧିକ୍ଷକ ଅଭିଷେକ ପଲ୍ଲବ ଘଟଣାର ପୁଷ୍ଟି କରିଛନ୍ତି। ଆଇପିସିର ଧାରା ଅନ୍ତର୍ଗତ ପ୍ରାଥମିକ ମାମଲା ଦାୟର ହୋଇଛି।  

Leave a Reply

Your email address will not be published. Required fields are marked *