ଲାଞ୍ଚ ନେବା ମାମଲାରେ ମୁଖ୍ୟ କିରାଣିକୁ ୩ ବର୍ଷ ଜେଲ ୫ ହଜାର ଟଙ୍କା ଜରିମାନା

Spread the love

କନ୍ଧମାଳ : ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ସମର ବିଳାସ ବେହେରା, ଆଜି ଏକ ଲଞ୍ଚ ନେବା ମାମଲାର ବିଚାର କରି ଘଟଣାର ୧୨ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ର ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯାଳୟର ମୁଖ୍ୟ କିରାଣୀ,ଚତୁର୍ଭୁଜ ଖମାରୀକୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏହା ସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ତାକୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଦର୍ଶାଇଛନ୍ତି ବିଚାରପତି । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି. ଭି ରାମଦାସ ପରିଚାଳନା କରୁଥିଲେ ।

ସୂଚନା ଅନୁସାରେ ଗତ ୨୦୧୯ ମସିହା ଡିସେମ୍ବର ମାସ ୪ ତାରିଖରେ ଚତୁର୍ଭୁଜ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଂଚଳର ନର୍ମଦା ଟାମୁକିଆଙ୍କ ଫେମିଲି ପେନସନ୍ ରେଗୁଲାର କରାଇ ଦେବା ପାଇଁ ନର୍ମଦାଙ୍କ ଶାଶୁ କୌଶଲ୍ୟା ଟାମୁକିଆଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଟଙ୍କା ସମେତ ଧରା ପଡିଥିଲେ । ଭିଜିଲାନ୍ସ ବିଭାଗ ଚତୁର୍ଭୁଜ କୁ ଗିରଫ କରି ଏକ ମାମଲା ୨୩/୧୯ ରୁଜୁ କରି ତାକୁ ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା । ଆଜି ସେହି ମାମଲାର ବିଚାର କରି ମାନ୍ୟବର ବିଚାରପତି, ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

Leave a Reply

Your email address will not be published. Required fields are marked *