ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

Spread the love

ବଲାଙ୍ଗିର : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଛି । ସେମାନେ ଅନଲାଇନ ରେ ଅଗଷ୍ଟ ମାସ ୧୦ ତାରିଖ ମଧ୍ୟ ରେ ଆବେଦନ କରିବାକୁ ନବୋଦୟ ବିଦ୍ୟାଳୟ ସମିତି ପକ୍ଷରୁ ଅନୁରୋଧ କରାଯାଇଛି । ଉପଯୁକ୍ତ ସାର୍ଟିଫିକେଟ ଏବଂ ନିଜସ୍ୱ ସଠିକ ସୂଚନା ସହ ଫର୍ମ ଭରିବାକୁ କୁହା ଯାଇଛି । ସଂପୂର୍ଣ୍ଣ ମେରିଟ ତାଲିକାରେ ନାମ ଥିବା ଛାତ୍ରଛାତ୍ରୀ ଆସନ୍ତା ୨୦୨୪ ବର୍ଷ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହେବେ । ଏହି ପ୍ରବେଶିକା ପରୀକ୍ଷା ନଭେମ୍ବର ୪ ଏବଂ ଜାନୁଆରୀ ୧୦ ତାରିଖରେ ଅନୁଷ୍ଠିତ ହେବ । ଏହି ଆବାସିକ ସ୍କୁଲରେ ଷଷ୍ଠ ରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢା ସଂପୂର୍ଣ୍ଣ ମାଗଣା ହୋଇଥାଏ । ପିଲାମାନଙ୍କ ପାଠ ପଢା ବାବଦରେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥାନ୍ତି । ତେବେ ନବୋଦୟରେ ବିଦ୍ୟାଳୟ ରେ ପଢିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶିକା ପରୀକ୍ଷାରେ ଊତୀର୍ଣ୍ଣ ହେବାକୁ ପଡିଥାଏ ।

Leave a Reply

Your email address will not be published. Required fields are marked *