୩୧୭କୋଟି ୯୮ ଲକ୍ଷ ନକଲି ନୋଟ ଜବତ

Spread the love

ଗାନ୍ଧୀନଗର: ଆମ୍ବୁଲାନ୍ସରେ ବାକ୍ସ, ବାକ୍ସ ଭିତରେ ବିଡା ବିଡା ଦୁଇ ହଜାର ଟଙ୍କା। ରୋଗୀ ପରିବହନ ବଦଳରେ ଆମ୍ବୁଲାନ୍ସରେ ଟଙ୍କା ପରିବହନ ହେଉଥିଲା। ହେଲେ ସୁରଟରେ ପୁଲିସ ଆମ୍ବୁଲାନ୍ସର ଯାଞ୍ଚ ବେଳେ ପାଇଲା ବାକ୍ସରେ କୋଟି କୋଟି ଟଙ୍କା। ହେଲେ ତେ ମାତ୍ରାର ଏହି ସବୁ ଟଙ୍କା ନକଲି।

ସେପ୍ଟେମ୍ବର ୨୯ ତାରିଖରେ ଅହମଦାବାଦରୁ ମୁମ୍ବାଇ ଯାଉଥିବା ଆମ୍ବୁଲାନ୍ସକୁ କାମରେଜ ଥାନା ପୁଲିସ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିବାରୁ ୬ଟି ବାକ୍ସ ମିଳିଥିଲା। ବାକ୍ସ ଖୋଲିବାରୁ ସେଥିରୁ ସେଥିରେ ୨ ହଜାର ଟଙ୍କିଆ ନୋଟ ବିଡା ଭର୍ତ୍ତି ହୋଇଥିଲା। ଏନେଇ ମଙ୍ଗଳବାର ଦିନ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି କି, ୩୧୬କୋଟି ୯୮ ଲକ୍ଷ ଟଙ୍କା ମିଳିଛି। ହେଲେ ସବୁ ଟଙ୍କା ନକଲି।

ଏହି ନକଲି ନୋଟ ମାମଲାର ମାଷ୍ଟର ମାଇଣ୍ଡ ବିକାଶ ଜୈନକୁ ମୁମ୍ବାଇରୁ ଗିରଫ କରାଯାଇଛି ଓ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସୁରଟ ଜନପଥର ଏସପି ହିତେଶ ଜାୟସର। ପୁଲିସ ଆମ୍ବୁଲାନ୍ସରୁ ୨୫ କୋଟି ନକଲି ଟଙ୍କା ଜବତ କରିବା ପରେ ଆମ୍ବୁଲାନ୍ସ ଚାଳକ ହିତେଶ ପରଶୋତ୍ତମ କୋଟଡିଆକୁ ଗିରଫ କରିଥିଲା।

ପୁଲିସ ଡ୍ରାଇବର ଘରେ ତଲସି କରିବା ସମୟରେ ୫୨ କୋଟି ଟଙ୍କା ପାଇଥିଲା। ଡ୍ରାଇବରକୁ ପଚରା ଉଚରା କାଳରେ ସେ ମାଷ୍ଟର ମାଇଣ୍ଡ ବିକାଶ ଜୈନ ସମ୍ପର୍କରେ କହିଥିଲା। ବିକାଶର ମୁମ୍ବାଇରେ ଏକ କମ୍ପାନୀ ରହିଛି ବିଆରଏଲ ଲଜିଷ୍ଟିକ ଆଙ୍ଗଡି୍ର ନାମରେ।

ବିକାଶକୁ ପଚରା ଉଚରା କାଳରେ ସେ ଅନ୍ୟ ୪ ଜଣଙ୍କ ସୂଚନା ଦେଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ମୋଟ ୩୧୭ କୋଟି ୯୮ ଲକ୍ଷ ଟଙ୍କା ଜବତ କରିଛି।  

Leave a Reply

Your email address will not be published. Required fields are marked *