ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ 32 କୋଟି ଟଙ୍କାର ନିଶା ଜବତ

Spread the love

ମୁମ୍ବାଇ: ମୁମ୍ବାଇ ପୋଲିସଙ୍କୁ ବଡ ସଫଳତା । 4.47 କେଜି ହେରୋଇନ ସହ 1.596 କେଜି କୋକେନ ଜବତ । ଶୁକ୍ରବାର ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ 32 କୋଟି ଟଙ୍କାରୁ ଅଧିକ ହେରୋଇନ ଓ କୋକେନ ଜବତ ହୋଇଛି । ଉକ୍ତ ବିମାନ ବନ୍ଦରରେ କଷ୍ଟମ କର୍ତ୍ତୃପକ୍ଷ ଦୁଇଟି ପୃଥକ ମାମଲାରେ ଏସବୁ ଜବତ କରିଥିବାର କହିଛନ୍ତି କଷ୍ଟମ ଅଧିକାରୀ ।

କଷ୍ଟମ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ 4.47 କେଜିର ହେରୋଇନ  ଜବତ ହୋଇଛି ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ, ଯାହାର ଆନୁମାନିକ ମୂଲ୍ୟ 31.29 କୋଟି ରହିଛି ଏବଂ 1.596 ଟଙ୍କାର କୋକେନ ମଧ୍ୟ ମିଳିଛି ଯାହାର ମୂଲ୍ୟ 15.96 କୋଟି ହୋଇଥିବା ଅନୁମାନ କରାଯାଉଛି । ହେରୋଇନକୁ ଡକ୍ୟୁମେଣ୍ଟ ଫୋଲ୍ଡର କଭରରେ ନିଆଯାଉଥିବା ବେଳେ କୋକେନକୁ କପଡାର ବଟନରେରେ ଅତି କୌଶଳତାର ସହ ପାର୍ସଲ କରାଯାଉଥିଲା ।

ଅଧିକାରୀ ଜଣକ କହିଛନ୍ତି, ଡ୍ରଗ୍ସ ଚୋରା ଚାଲାଣ ରୋକିବାକୁ ଆମେ ଏକ ଅଭିଯାନ ଆରମ୍ଭ କରିଛୁ । ଯେଉଁଥିରେ ଡ୍ରଗ୍ସ ମାମଲାରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ନିଶା ମାଫିଆଙ୍କୁ ଧରିବାର ଯୋଜନା କରାଯାଇଛି। ଏହି ଅଭିଯୁକ୍ତମାନେ ଏନଡିପିଏସ୍ ଆକ୍ଟର ଧାରା 8 ଉଲ୍ଲଘଂନ କରିଥିବା ବେଳେ ଏନଡିପିଏସ୍ ଧାରା 23 , 21 ଏବଂ 29ରେ ମାମଲା ରୁଜୁ ହେଉଛି। ସେହି ଅନୁଯାୟୀ ଏମାନଙ୍କୁ ଗିରଫ କରାଯାଇଛି ବୋଲି ଅଧିକାରୀ କହଛନ୍ତି ।

Leave a Reply

Your email address will not be published. Required fields are marked *