ବୋମାମାଡ଼ ଘଟଣାରେ ୫ ଗିରଫ

Spread the love

ପୁରୀ : ଗତ ୧୪ ତାରିଖ ସଂଧ୍ୟା ସାଢେ ୬ଟା ସମୟରେ ଗୌଡ଼ବାଡ଼ ସାହି ମାଛ ମାର୍କେଟରେ ସନ୍ତୋଷ ସାହୁ ସାହୁ ବସିଥିବା ବେଳେ ରାଜା ମଲ୍ଲିକ, କାହ୍ନା, ରଘୁ, ଅକ୍ଷୟ ତାଙ୍କୁ ଦାଦା ବଟି ମାଗି ଆକ୍ରମଣ କରିଥିଲେ । ଏହାସହ ତାଙ୍କ ଦୋକାନ ଉପରକୁ  ବୋମାମାଡ଼ କରିଥିଲେ । ଏ ସମ୍ପର୍କରେ ସନ୍ତୋଷ ସାହୁ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ ।  ଏସପି କେ.ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଏସମ୍ପର୍କରେ ତନାଘନା କରିଥିଲେ । କୌଣସି ସୁତ୍ରରୁ ଖବରପାଇ ଅଭିଯୁକ୍ତ ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଆଜି ଏସପି ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରଦାନ କରିଥିଲେ । ଅଭିଯୁକ୍ତମାନେ ହେଲେ ତିଆଡ଼ି ସାହି ବାଲିଉପର ରାଜା ମଲ୍ଲିକ (୨୩),ରଘୁ ମଲ୍ଲିକ (୨୦), ବାଟଗାଁର ଅକ୍ଷୟ ରାଉତ (୪୪), ଗୌଡ଼ବାଡ଼ ସାହିର ସୁନିଲ ସାହୁ (୨୨) ଓ ଗୋପୀନାଥପୁରର ମାନସ ଭୋଇ (୩୨)ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *