ଦାଦନ ଶ୍ରମିକଙ୍କ ହାତ କଟା ଘଟଣା : ଶ୍ରମ ସଚିବ ଓ କର୍ମଚାରୀ ନିୟୋଜନ ବିଭାଗର ତଦନ୍ତ ଆରମ୍ଭ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଡହଲପଡ଼ି ସାହିର ଦାଦନ ଶ୍ରମିକଙ୍କ ହାତ କଟା ଘଟଣାର ତଦନ୍ତ ଶ୍ରମ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଉପ ଶ୍ରମ ସଚିବ ଓ କର୍ମଚାରୀ ନିୟୋଜନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଗତ ମାସରେ ବାଲିଗୁଡା ଏନଏସିର ଦୁଇ ନମ୍ବର ୱାର୍ଡର ଅଙ୍ଗଦ ମଳିକ ଦାଦନ ଖଟିବାକୁ ଭଗାମୁଣ୍ଡା ସାହିର ଜଣେ ଯୁବକଙ୍କ ସାଙ୍ଗରେ ମୁମ୍ବାଇ ଯାଇଥିବା ବେଳେ ସେଠାରୁ ସେ ଦୁଇ ହାତ କଟାଥିବା ଅବସ୍ଥାରେ ଉଦ୍ଧାର ହୋଇ ଘରକୁ ଫେରିଥିଲେ । ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବା ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ଓ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଥିଲା । ୧୨ ଦିନ ପରେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗର ନିର୍ଦ୍ଧେଶ ପ୍ରକାରେ ଆଜି ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ନିୟୋଜନ ଉପ ଶାସନ ସଚିବ ନିରଞ୍ଜନ ବେହେରା ଓ ଉପ ଶାସନ ସଚିବ ନରୋତମ ଦାଶ ଦୁଇଜଣିଆ ଟିମ୍ ସହ ଜିଲ୍ଲା ଶ୍ରମ ଅଧିକାରୀ, ଉପ ଶ୍ରମ ଅଧିକାରୀ, ବାଲିଗୁଡ଼ା ତହସିଲଦାର ଏବଂ ସହକର୍ମୀ ଡହଲପଡ଼ି ସ୍ଥିତ ହାତ କଟା ଶ୍ରମିକ ଅଙ୍ଗଦ ମଳିକଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଥିବା ବେଳେ ଦୁଇ ହାତ ହରେଇଥିବା ଅଙ୍ଗଦଙ୍କ କୁନି ପୁଅ ଓ ମାଆ ଯେଭଳି ସରକାରୀ ସୁବିଧା ପାଇବେ ଏବଂ ଅଙ୍ଗଦଙ୍କ ଉତମ ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଆଗାମୀ ସମୟରେ ବିଭାଗ ପକ୍ଷରୁ ଯେଉଁ ସବୁ ସୁବିଧା ହୋଇପାରିବ ତାହା ଯୋଗାଇ ଦିଆଯିବ ବୋଲି ମଧ୍ୟ ବିଭାଗୀୟ ଅଧିକାରୀ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ସେପଟେ ସରକାରଙ୍କ ତଦନ୍ତ ଓ ସାହାଯ୍ୟରେ ପୂର୍ଣ୍ଣ ବିଶ୍ୱାସ ରଖିଥିବା କହିଛନ୍ତି ଦୁଇ ହାତ ହରେଇଥିବା ଦାଦନ ଶ୍ରମିକ ଅଙ୍ଗଦ ।

Leave a Reply

Your email address will not be published. Required fields are marked *