ଗଞ୍ଜେଇ ଚୋରା ଚାଲାଣ ମାମଲାରେ ତେଲେଙ୍ଗାନାର କନେଷ୍ଟବଳଙ୍କ ସମେତ ୭ ଗିରଫ

Spread the love

ମାଲକାନଗିରି, ୨୬ ମଇ-ଏକ ଗଂଜେଇ ଚୋଲା ଚାଲାଣ ମାମଲାରେ କାଲିମେଳା ପୁଲିସ ତେଲେଙ୍ଗାନାର ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବାର ଜଣାପଡ଼ିଛି। ଗିରଫ କନେଷ୍ଟବଳଙ୍କ ନାମ ହେଲା ଆର. ଶ୍ରୀନୁ ନାୟକ। ସଂପୃକ୍ତ କନେଷ୍ଟବଳଙ୍କର ଘର ତେଲେଙ୍ଗାନା ରାଜ୍ୟର ରଗାଂରେଡ଼ି ଜିଲ୍ଲା ଅନ୍ତର୍ଗତ ଲାଲବାହାଦୁର ନଗରରେ। କନେଷ୍ଟବଳଙ୍କ ନାମରେ ପୂର୍ବରୁ ମଧ୍ୟ ୨ଟି ମାମଲା ଥିବାର ସୂଚନା ମିଳିିଛି।

ସୂଚନା ଅନୁସାରେ, କାଲିମେଳା ଥାନା ଅଧିକାରୀ ସୂର‌୍ୟ୍ୟପ୍ରକାଶ ନାୟକଙ୍କ ନେତୃତ୍ଵରେ ବୁଧବାର ରାତିରେ ପାଟ୍ରୋଲିଂ ଚାଲିଥିବା ବେଳେ ପୁଲିସ କମଳାପଦର ଘାଟିରୁ ସଂଦେହରେ ୨ଟି କାରକୁ ଜବତ କରିଥିଲା। ୨ଟି ଯାକ କାରକୁ ସର୍ଚ୍ଚ କରିବାରୁ ଡ଼ିକିରେ ୧୦୩ କିଲୋ ଗଂଜେଇ ଠାବ ହୋଇଥିଲା। ଗୋଟିଏ କାରରେ ୩ ଜଣ ବସିଥିବା ବେଳେ ଅନ୍ୟ ଗାଡ଼ିରେ ୪ ଜଣ ବସିଥିଲେ। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବାରୁ ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ପୁଲିସ ବିଭାଗର କନେଷ୍ଟବଳ ବୋଲି ଜଣପଡ଼ିଥିଲା। ସେହିପରି ଅନ୍ୟଜଣେ ମଧ୍ୟ ପୁଲିସବାବୁଙ୍କର ସଂପର୍କୀୟ ଭାଇ ରହିଥିବାର ପୁଲିସ ଜାଣିବାକୁ ପାଇଛି। ଏହି ୨ଟି ଦାମୀ କାରରୁ ୧୦୩ କିଲୋ ଗଂଜେଇ ସହ ୩ଟି ଆଇଫୋନ, ୩ଟି ସ୍ମାର୍ଟ ଫୋନ ପୁଲିସ ଜବତ କରିଛି। ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରି ଗତକାଲି କୋର୍ଟଚାଲାଣ କରିଛି। ୭ ଜଣ ଗିରଫ ଅଭିଯୁକ୍ତ ହେଲେ ତେଲେଙ୍ଗାନାର ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ ଲାଲବାହାଦୁର ନଗରର ଆର ଶ୍ରୀନୁ ନାୟକ (ତେଲେଙ୍କାନା ପୁଲିସ କନେଷ୍ଟବଳ-୮୧୫୫ଏଆର), ରଂଗାରେଡ଼ି ଜିଲ୍ଲା ଅନ୍ତର୍ଗତ ମିରପେଟ ଅଂଚଳର କେ. ବିଜୟ ନାୟକ, ମହାରାଷ୍ଟ୍ରର ଉସମାନବାଦ ଅଂଚଳର ବାଲୁ ଯାଦବ, କାଲିମେଳା ଦୁଲାଗାଣ୍ଡି ଗ୍ରାମର କେ.ଲକ୍ଷଣ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଆର. କାର୍ତ୍ତିକ, ଆର. ରାଜୀବ ଓ ଏନ୍. ବେଣୁଗୋପାଳ।

Leave a Reply

Your email address will not be published. Required fields are marked *