Latest News

ଜମି ରେଜିଷ୍ଟ୍ରେସନ ପାଇଁ ହେବ ଅନଲାଇନ ସ୍ଲଟ ବୁକିଙ୍ଗ – ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୨୬ ମଇ – ଅନଲାଇନରେ ସ୍ଲଟ ବୁକ କରାଯିବ । ଲୋକମାନଙ୍କୁ ବାରମ୍ବାର ଆଉ ଦୌଡ଼ିବାକୁ ପଡିବ ନାହିଁ କି ସମୟ ମଧ୍ୟ ନଷ୍ଟ ହେବ ନାହିଁ । ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ସେହି ସମୟରେ ସେମାନେ ତହସିଲ ଓ ସବ ରେଜିଷ୍ଟ୍ରେସନ ଅଫିସରେ ପହଞ୍ଚିବେ । ଜମି ରେଜିଷ୍ଟ୍ରେସନ ଅନଲାଇନ ସ୍ଲଟ ବୁକିଙ୍ଗ ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଜମିବାଡ଼ି କିଣାବିକା ସେହି ସମୟରେ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ କାମ କରୁଛି। ଦେଶରେ ଏହା ପ୍ରଥମ। ଦେଶରେ ଲ୍ୟାଣ୍ଡ ଆକ୍ୟୁଜେସନ ରେ ମଧ୍ୟ ପ୍ରଥମ। ଯିଏ ଯେତେବେଳେ ଉନ୍ନତି ମୂଳକ କାମ ପାଇଁ ଜମି ମାଗିଛନ୍ତି ତାଙ୍କୁ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button