ଲୋହିଆଙ୍କ ହତ୍ୟାକାରୀ ୟାସିର ଗରିଫ

Spread the love

ଶ୍ରୀନଗର: ଜମ୍ମୁ କାଶ୍ମୀର ଜେଲ ଡିଜି ହେମନ୍ତ ଲୋହିଆଙ୍କ ହତ୍ୟା ଅଭିଯୁକ୍ତ ଘରୋଇ ସହାୟକ ଗିରଫ। ଡିଜି ହେମନ୍ତଙ୍କ ମୃତଦେହ ତାଙ୍କ ଜଣେ ବନ୍ଧୁଙ୍କ ଉଦୟବାଲାସ୍ଥିତ ବାସଭବନରୁ ମିଳିଥିଲା। ତାଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ହତ୍ୟା ପରେ ତାଙ୍କୁ ଜାଳିଦେବାକୁ ଚେଷ୍ଟା କରାଯାଇଥିଲା।

ଜମ୍ମୁ ଜେଲ ଡିଜି ହେମନ୍ତ ଲୋହିଆ ହତ୍ୟା ଘଟଣାରେ ସନ୍ଦେହ ଘେରରେ ଥିବା ଘରୋଇ ସହାୟକକୁ ଗିରଫ କରି ନିଆଯାଇଛି। କନାଚକ ଅଞ୍ଚଳରୁ ତାକୁ ଗିରଫ କରାଯାଇଛି। ସେ ଏକ ବିଲରେ ଲୁଚିଥିବା ବେଳେ ତାକୁ ମାଡିବସିଛି ପୁଲିସ। ତାକୁ ଗିରଫ ପରେ ପୁଲିସ ପଚରା ଉଚରା ଆରମ୍ଭ କରି ଦେଇଛି।

ଜମ୍ମୁ ଏଡିଜିପି ମୁକେଶ ସିଂହ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି କି, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ଘରୋଇ ସହାୟକ ୟାସିର ଅହମଦ ହିଁ ମୁଖ୍ୟ ଅଭିଯୁକ୍ତ। ତାର ସ୍ବଭାବ ଥିଲା କ୍ରୋଧି ଓ ଆକ୍ରାମକ। ଦୀର୍ଘ ଦିନରୁ ସେ ଅବସାଦଗ୍ରସ୍ତ ଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତର ତଦନ୍ତରୁ କୌଣସି ଆତଙ୍କୀ ଲିଙ୍କର ପ୍ରମାଣ ମିଳିନାହିଁ। ତଥାପି ଏହି ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ପାରିବ ନାହିଁ। ତେଣୁ ଏହି ଦିଗରେ ମଧ୍ୟ ଯାଞ୍ଚ ଚାଲିଛି।

ଏଡିଜିପିଙ୍କ ଅନୁଯାୟୀ, ପୁଲିସ ହତ୍ୟାରେ ବ୍ୟବହୃତ ହତିଆର ଜବତ କରିଛି। ଆହୁରି ମଧ୍ୟ ୟାସିରର କିଛି କାଗଜ ପତ୍ର ମିଳିଛି ଯେଉଁଥିରେ ସେ ମାନସିକ ଚାପରେ ଥିବା ପ୍ରମାଣ ମିଳିଛି। ପୁଲିସ ନିକଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଯେଉଁଥିରେ ୟାସିର ଘଟଣା ପରେ ସେଠାରୁ ଦୌଡୁଥିବା ଦେଖିବାକୁ ମିଳିଛି।

ସେ ଗତ ୬ ମାସ ଧରି ଲୋହିଆଙ୍କ ଘରେ କାମ କରୁଥିଲା। ପୁଲିସକୁ ୟାସିରର ଏକ ଡାଇରୀ ମିଳିଛି, ଯେଉଁଥିରେ ସେ ଅନେକ ସାୟରି ମଧ୍ୟ ଲେଖିଛି। ସାୟରି ମାଧ୍ୟମରେ ତା ଜୀବନର ନାରାଶା, ହତାଶ ଓ ଜୀବନ ହାରିବାକୁ ମଧ୍ୟ ସଙ୍କେତ ଦେଇଥିଲେ।

Leave a Reply

Your email address will not be published. Required fields are marked *