ତୁମକୁ ଜେଲ୍ ହେବା ଦରକାର। କମିଶନଙ୍କ ଗସ୍ତ ବେଳେ ମହିଳା ଓକିଲଙ୍କୁ ପିସ୍ତଲ ଦେଖାଇ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ଏଭଳି କଡ଼ା ଭାଷାରେ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କମିଶନର ଭାବେ ନିଯୁକ୍ତ ମହିଳା ଓକିଲଙ୍କ ପ୍ରତି ଏଭଳି ବ୍ୟବହାର କରିଥିବା ଅଭିଯୁକ୍ତକୁ ତୁରନ୍ତ ସରେଣ୍ଡର କରିବାକୁ କହିଛନ୍ତି ଅଦାଲତ। ସରେଣ୍ଡର କଲା ପରେ ଯାଇ ତାଙ୍କ ପ୍ରାର୍ଥନା ବିଚାର କରାଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ନଭେମ୍ୱର ୬ ସୁଦ୍ଧା ସରେଣ୍ଡର କରିବାକୁ କହିଛନ୍ତି ଅଦାଲତ। ଦିଲ୍ଲୀ ହାଇକୋର୍ଟ ଅଭିଯୁକ୍ତକୁ ମାସକର ଜେଲ୍ ଦଣ୍ଡ ଉପରେ ପରେ ବିଚାର କରାଯିବ। ଜଷ୍ଟିସ ସୂର୍ଯ୍ୟକାନ୍ତ, ଉଜ୍ୱଳ ଭୂୟାଁ ଓ ଜୟମାଳା ବାଗଚିଙ୍କ ଖଣ୍ଡପୀଠ ଏହାର ପରବର୍ତ୍ତୀ ଶୁଣାଣୀ ନଭେମ୍ୱର ୧୧ରେ କରିବେ। ଅଭିଯୁକ୍ତର ଆଚରଣକୁ ନେଇ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ। ବଡ଼କଥା ହେଲା, ପୁଲିସ ଉପସ୍ଥିତିରେ ଅଭିଯୁକ୍ତ ଏଭଳି କରିଥିଲା। ଯଦି ପୁଲିସ ନଥାଆନ୍ତା, ତାହେଲେ ତ ବଡ଼ ଅଘଟଣ ଘଟିବାର ଆଶଙ୍କା ଥାଆନ୍ତା ବୋଲି ଚିନ୍ତାପ୍ରକଟ କରିଛନ୍ତି ଅଦାଲତ। ଏଭଳି ଜଘନ୍ୟ କାମରେ ହାଇକୋର୍ଟ ବଡ଼ ଆକ୍ସନ ନେବା ଦରକାର ଥିଲା। ତାଙ୍କୁ ଖୋଲା ଛାଡ଼ିବାର ନଥିଲା। ପୁରା ପିଟିସନରେ କେଉଁଠି ଗୋଟିଏ ଜାଗାରେ ବି ଅନୁତାପର କଥା ନାହିଁ। ପାଲଟା ଲୋକାଲ କମିଶନରଙ୍କୁ ଅଭିଯୁକ୍ତ ଦର୍ଶାଇବାକୁ ପଛାଇନାହାନ୍ତି ଅଭିଯୁକ୍ତ। ଖୋଲା କୋର୍ଟରେ ମିଛ କହୁଛନ୍ତି ଅଭିଯୁକ୍ତ। କୋର୍ଟକୁ ବିଭ୍ରାନ୍ତ କରି ଅପିଲ୍ ଫାଇଲ୍ ହୋଇଛି। ଦଣ୍ଡକୁ ତା ହେଲେ କାହିଁକି କୋର୍ଟ ବୃଦ୍ଧି କରିବେନି ବୋଲି କ୍ଷୋଭ ଝାଡ଼ିଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ।
Naxatra News is now on Whatsapp
Join and get latest news update delivered to you via whatsapp
Join Now