ଦୁଇ ଯୁବତୀଙ୍କୁ ଏସିଡ୍ ମାଡ

Spread the love

ଜୟପୁର: ରାଜସ୍ଥାନର ଜୟପୁର ସାଙ୍ଗାନେର ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଶନିବାର ଦିନ ଦୁଇ ଯୁବତୀଙ୍କ ଉପରକୁ ହୋଇଛି ଏସିଡ ମାଡ। ଜଣେ ଯୁବକ ଏସିଡ ଫିଙ୍ଗ ସେଠାରୁ ଫେରାର ହୋଇ ଯାଇଛି। ଏସିଡ ମାଡ ପରେ ଜଣେ ଯୁବତୀଙ୍କ ପିଠି ପୋଡି ଯାଇଥିବାବେଳେ ଅନ୍ୟ ଯୁବତୀଙ୍କ ହାତ ପୋଡ଼ିଯାଇଛି |

ଜଣେ ୨୨ ବର୍ଷୀୟ ଯୁବତୀ କୋଚିଂରୁ ଫେରୁଥିଲେ। ଯୁବକ ଜଣକ ସେହି ରାସ୍ତାରେ ବାଇକରେ ଆସି ଯୁବତୀଙ୍କ ଉପରକୁ ଏସିଡ ମାଡ କରି ସେଠାରୁ ଚାଲିଯାଇଥିଲା। ମାତ୍ର କିଛି ସେକେଣ୍ଡ ବ୍ୟବଧାନରେ ଆଉ ଜଣେ ଯୁବତୀଙ୍କ ଉପରକୁ ମଧ୍ୟ ଏସିଡ ପକାଇଥିଲା ଯୁବକ।  ଏସିଡ ମାଡରେ ଦୁଇ ଯୁବତୀଙ୍କ ଚିତ୍କାର ଶୁଣି ଲୋକେ ଧାଇଁ ଆସିଥିଲେ ଓ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେଠାରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି। ସିସିଟିଭି ଫୁଟେଜରୁ ଜଣେ ବାଇକ ଆରୋହୀ ସେଠାରେ ବୁଲୁଥିବା ଦେଖାଯାଇଥିଲା। ପୁଲିସ କହିଛି ଯେ ଉଭୟ ପୀଡିତା ପରସ୍ପରକୁ ଜାଣିନଥିବାବେଳେ ଏସିଡ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ମଧ୍ୟ ସେମାନେ ଜାଣନ୍ତି ନାହିଁ | ବର୍ତ୍ତମାନ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଉକ୍ତ ଯୁବକଙ୍କୁ ଖୋଜୁଛି।

Leave a Reply

Your email address will not be published. Required fields are marked *