ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଥିବା ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଆଇସିୟୁ ମେସିନ ଟେକ୍ନିସିଆନ ଦୀପକ। ୨୫ ବର୍ଷୀୟ ଦୀପକ ଡିଜିଟାଲ ରେପ୍ କରିଥିଲା ଏୟାର ହୋଷ୍ଟେସଙ୍କୁ। ପୁଲିସ ପ୍ରାୟ ୮ଶହ ସିସିଟିଭି ଫୁଟେଜ୍ ଦେଖିବା ସହ ୬୦ ଡାକ୍ତର ଓ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲା। ଅଭିଯୁକ୍ତ ଦୀପକ ହସ୍ପିଟାଲରେ ୫ ମାସ ହେଲା ଜଏନ୍ କରିଥିଲା। ଦୀପକକୁ ଚାକିରୀରୁ ତତ୍କାଳ ବହିଷ୍କାର କରିଦିଆଯାଇଛି। ଦୁଷ୍କର୍ମ କରିବାର ଦୁଇ ଦିନ ଆଗରୁ ଅଶ୍ଳୀଳ ଭିଡ଼ିଓ ଦେଖିଥିଲା ଦୀପକ। ଏୟାର ହୋଷ୍ଟେସଙ୍କ ଗୋପନୀୟ ଅଙ୍ଗକୁ ଅନେକ ଥର ଅସଦାଚରଣ କରିଥିଲେ। ଦୀପକର ଘର ବିହାର ମୁଜାଫରପୁର ଜିଲ୍ଲାର ବଧୌଲି ଗାଁରେ। ଦୀପକ ଟେକ୍ନିସିଆନ କୋର୍ସ ଗୁରୁଗ୍ରାମରେ କରିଥିଲା। ସେ ଅବିବାହିତ। ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରି ରିମାଣ୍ଡରେ ନେଇଛି ପୁଲିସ। ପଶ୍ଚିମବଙ୍ଗର ଏୟାରହୋଷ୍ଟେସ ଏପ୍ରିଲ ୧୪ରେ ଗୁରୁଗ୍ରାମ ଥାନାରେ ତାଙ୍କ ସହ ଆଇସିୟୁରେ ଯୌନଶୋଷଣ କରାଯାଇଥିବାର ଆରୋପ ଲଦିଥିଲେ। ଏପ୍ରିଲ ୬ ରାତି ୯ଟାରେ ସେ ଯେତେବେଳେ ଭେଣ୍ଟିଲେଟର ସପୋର୍ଟରେ ଥିଲେ, ସେବେ ଆଇସିୟୁ ଓ୍ୱାର୍ଡରେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଅସଦାଚରଣ କରାଯାଇଥିଲା। ସେତେବେଳେ ଦୁଇ ଜଣ ନର୍ସ ବି ଥିଲେ। ଜଣେ ନର୍ସଙ୍କ ଉପସ୍ଥିତିରେ ଚାଦର ଭିତରେ ହାତ ପୁରାଇ ଡିଜିଟାଲ ରେପ୍ କରିଥିଲା ଦୀପକ। ଅଣ୍ଟାବେଲ୍ଟ ସାଇଜ୍ ଚେକ ଆଳରେ ଗୋପନୀୟ ଅଙ୍ଗରେ ଅଙ୍ଗୁଳି ପୁରାଇଥିଲା ଦୀପକ। ସେତେବେଳେ ଏୟାର ହୋଷ୍ଟେସ ଜଣକ ପ୍ରାୟ ଅଚେତ ଥିଲେ। ସେଥିଲାଗି କୌଣସି ପ୍ରତିରୋଧ କରିବାକୁ ସକ୍ଷମ ନଥିଲେ। ଚାଦରରେ ରକ୍ତ ଲାଗିଥିବା ଦେଖି ଅନ୍ୟ ଜଣେ ନର୍ସ ଆସି ପଚାରିବାରୁ ଏହାକୁ ପିରିୟଡ୍ସ ବୋଲି କହିଥିଲେ ଉପସ୍ଥିତ ନର୍ସ। ତାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା କଥା ଲୁଚାଇଥିଲେ। ଏହା ଜାଣିପାରି ଏୟାର ହୋଷ୍ଟେସ ଜଣକ ଡରରେ ନୀରବ ରହିଗଲେ। ଏପ୍ରିଲ ୧୩ରେ ହସ୍ପିଟାଲରୁ ଡିସଚାର୍ଜ ପରେ ସେ ନିଜ ସ୍ୱାମୀଙ୍କୁ ସବୁ କଥା କହି ଥାନାରେ ଏତଲା ଦେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now