ରାସ୍ତାରେ ଲହୁଲୁହାଣ ହେଲେ ବାୟୁସେନା ଦମ୍ପତ୍ତି..

ବେଙ୍ଗାଲୁରୁରେ ଭାରତୀୟ ବାୟୁସେନାର ଓ୍ୱିଙ୍ଗ୍ କମାଣ୍ଡର ବୋସ୍ ଓ ତାଙ୍କ ପତ୍ନୀ ସ୍କ୍ୱାଡ୍ରେନ ଲିଡର ମଧୁମିତାଙ୍କୁ ସର୍ବସାଧାରଣରେ ମରଣାନ୍ତକ ଆକ୍ରମଣର ଅଭିଯୋଗ। ଏହି ଦୁଇ ଅଧିକାରୀ ସିଭି ରମଣ ନଗରର ଡିଆରଡିଓ କଲୋନୀରୁ ବିମାନବନ୍ଦର ଯାଉଥିଲା ବେଳେ ଏଭଳି ଅଘଟଣ ଘଟିଛି। ଓ୍ୱିଙ୍ଗ କମାଣ୍ଡରଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି। ଚେହେରା ଓ ବେକ ଲହୁଲୁହାଣ ହୋଇଯାଇଛ। ବାୟୁସେନାର ଏହି ଦମ୍ପତ୍ତିଙ୍କ ଉପରେ ଏମିତି ଆକ୍ରମଣ କେମିତି ହେଲା, ତାହାର ପୁରା ବର୍ଣ୍ଣନା କରି ଭିଡିଓ ସେୟାର କରିଛନ୍ତି ବୋଷ। ବିମାନବନ୍ଦର ଯାଉଥିଲା ବେଳେ ସେମାନଙ୍କ କାରକୁ ପଛପଟୁ ଏକ ବାଇକ ଆସି ଧକ୍କା ଦେଇ କାରକୁ ରୋକିଥିଲା। ସେ ବ୍ୟକ୍ତି କନ୍ନଡ଼ରେ ଗାଳି ଦେବା ଆରମ୍ଭ କରିଥିଲା। ଯେବେ କାରରେ ଡିଆରଡିଓର ଷ୍ଟିକର ଦେଖିଲେ। ଡିଆରଡିଓର ଲୋକ ପଚାରି ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ବୋଷ ବରଦାସ୍ତ କରିନପାରି ଏହାକୁ ମୁକାବିଲା ପାଇଁ କାର୍ ବାହାରକୁ ବାହାରିବା ମାତ୍ରେ ବାଇକ ଆରୋହୀ ଜଣକ ତାଙ୍କ ମୁଣ୍ଡକୁ ଚାବିରେ ଜୋରରେ କେଞ୍ଚିଦେଇ ଭୁଷିଥିଲେ। ଏଥିରେ ତାଙ୍କ ମୁଣ୍ଡରୁ ରକ୍ତ ବାହାରିଥିଲା। ତାପରେ ସଂପୃକ୍ତ ବ୍ୟକ୍ତି ପଥର ଉଠାଇ କାର୍ କୁ ପିଙ୍ଗିବାକୁ ପ୍ରୟାସ କରିଥିଲେ। ଆଉ ସେ ପଥର ତାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ଥାନାକୁ ଯାଇ ଅଭିଯୋଗ କରିବୁ କଅଣ। ଥାନାରୁ କୌଣସି ଭରସା ଦିଆଗଲାନି। ଭଗବାନ ଆମକୁ ସାହାଯ୍ୟ କରନ୍ତୁ କହି ଭିଡ଼ିଓ ଜାରି କରିଥିଲେ ବୋଷ। ଯଦି ଆଇନ ଓ ବ୍ୟବସ୍ଥା ଆମର ସାହାଯ୍ୟ କରିବେନି। ତାହେଲେ ସେ ଜବାବୀ ପଦକ୍ଷେପ ନେବେ ବୋଲି ଭିଡ଼ିଓ ରେକର୍ଡିଂରେ କହିଛନ୍ତି। ଏହା ସହ ଯେଉଁ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲା, ତାହାର ଫଟୋ ବି ସେୟାର କରିଥିଲେ। ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ତେବେ ସ୍ପଷ୍ଟ ହୋଇନି। ଏ ଆକ୍ରମଣ କରିବା ପଛରେ କିଏ ଉସୁକାଇଥିଲା ନା ଆଉ ଏହା ପଛରେ ଅନ୍ୟ କାରଣ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *