ଚାକିରୀ କରାଇଦେବାକୁ କହି ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ଥାନାରେ ଏତଲା

Spread the love

ଗଞ୍ଜାମ : ଚାକିରୀ କରାଇଦେବାକୁ କହି ଜଣେ ବ୍ୟକ୍ତି ୧୨ ଲକ୍ଷ ଟଙ୍କା ଠକି ନେଇଥିବା ସଂକ୍ରାନ୍ତରେ ବୈଦ୍ୟନାଥପୁର ଥାନାରେ ଏତଲା ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।

ସୂଚନା ମୁତାବକ, ଲମ୍ବୋଦର ମହାରଣା ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ସିଟି ହସ୍ପିଟାଲ ରୋଡ଼ରେ ଏକ ହୋମିଓ କ୍ଲିନିକ୍ କରିଥିବା ଜଣେ ବ୍ୟକ୍ତି ଲମ୍ବୋଦରଙ୍କ ପୁଅଙ୍କ ଚାକିରୀ କରାଇ ଦେବାକୁ କହି ୧୨ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ, ଚାକିରୀ କରାଇଦେବା ପରିବର୍ତେ ସେହି ଟଙ୍କାକୁ ନିଜର ବ୍ୟକ୍ତିଗତ ସ୍ଵାର୍ଥରେ ବ୍ୟବହାର କରିଥିବା ନେଇ ଏତଲାରେ ଦର୍ଶାଇ ନ୍ୟାୟ ଭିକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *