ମାନସିକ ବ୍ରିକୃତ ବୃଦ୍ଧାଙ୍କୁ ବଳାତ୍କାର ଅଭିଯୋଗ

Spread the love

ମୁଖୀଗୁଡ଼ା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳର ଏକ ୭୦ ବର୍ଷୀୟା ମାନସିକ ବିକୃତ ବୃଦ୍ଧାଙ୍କୁ ଏକ ଟ୍ରାକ୍ଟର ଡ୍ରାଇଭର ବଳାତ୍କାର କରିଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଜାମଚୁଆ ଗାଁ ନିକଟସ୍ଥ କେନାଲ ସାଇପନରେ ଏକ ମାନସିକ ବିକୃତ ବୃଦ୍ଧା ଗାଧୋଇ ଫେରୁଥିବା ସମୟରେ ଏକ ଟ୍ରାକ୍ଟର ଡ୍ରାଇଭର ନିଛାଟିଆ ର ସୁଯୋଗ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଟ୍ରାକ୍ଟର ଡ୍ରାଇଭରଟି ମଙ୍ଗଳପୁର ଗ୍ରାମର ଭୁଜ ପହରିଆ ବୋଲି ଜଣାପଡ଼ିଛି । ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି । ଅଭିଯୁକ୍ତ ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *