୬ ,୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଅମିନ

Spread the love

ଭୁବନେଶ୍ୱର : ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଅମିନ । ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଅମିନ ଥିବା ମାନସ ରଞ୍ଜନ ଦାସ ଜଣେ ବ୍ୟକ୍ତିଙ୍କ ଠାରୁ ୬ ,୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ।

ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କ ଜେଜେଙ୍କ ନାଁରେ ଥିବା ଜମିଜମା ସଂକ୍ରାନ୍ତୀୟ ରେକର୍ଡର ନକଲ କପି ପାଇଁ ଅମିନ ମାନସ ରଞ୍ଜନ ଦାସଙ୍କ ନିକଟକୁ ଯାଇଥିଲେ । ମାନସ ରଞ୍ଜନ ଦାସ ତାଙ୍କୁ ଆବଶ୍ୟକୀୟ କାଗଜପତ୍ରର ନକଲ କପି ଦେବା ପାଇଁ ଲାଞ୍ଚ ମାଗିଥିଲେ । ଆଜି ଅଭିଯୋଗକାରୀ ଅମିନ ମାନସ ରଞ୍ଜନ ଦାସଙ୍କୁ ୬ ,୩୦୦ ଟଙ୍କା ଦେଇଥିଲେ । ମାନସ ରଞ୍ଜନ ଦାସ ଉକ୍ତ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *