ଚେନ୍ନାଇ ମହିଳା ଅଦାଲତ ଅନ୍ନା ବିଶ୍ୱବିଦ୍ୟାଳୟରେ ଘଟିଥିବା ଯୌନ ଉତ୍ପୀଡ଼ନ ଘଟଣାରେ ଅଭିଯୁକ୍ତ ଏ. ଜ୍ଞାନଶେକରନ୍ କୁ ୧୧ଟି ଅପରାଧ ରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଚେନ୍ନାଇ ଅଦାଲତ। ଯାହା ମଧ୍ୟରେ ଦୁଷ୍କର୍ମ,ଆକ୍ରମଣ, ଅପହରଣ ଓ ମାନସିକ ଚାପ ରହିଛି। ଜୁନ ୨ରେ ଦଣ୍ଡ ଘୋଷଣା କରିବେ ଅଦାଲତ। ୨୩ ଡିସେମ୍ବର ୨୦୨୪ ରେ ଅନ୍ନା ବିଶ୍ୱବିଦ୍ୟାଳୟରେ ଏକ ୧୯ ବର୍ଷୀୟ ଦ୍ୱିତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ଯୁବତୀଙ୍କ ପୁରୁଷ ବନ୍ଧୁକୁ ବି ମରଣାନ୍ତକ ଆକ୍ରମଣ କରିଥିଲା ଜ୍ଞାନଶେକରନ। ପ୍ରାୟ ରାତି ୮ଟାରେ ବିଶ୍ୱବିଦ୍ୟାଳୟ ପରିସରରେ ପଶି ଶୂନଶାନ ଜାଗାରେ ଛାତ୍ରୀଙ୍କୁ ଯୌନଶୋଷଣ କରିଥିଲା। ଆଉ ଉଭୟଙ୍କ ଭିଡ଼ିଓ କରି ବ୍ଲାକମେଲିଂ କରୁଥିଲା। ଅଭିଯୁକ୍ତ ଜ୍ଞାନଶେକରନ୍ (୩୭ ବର୍ଷ) ଜଣେ ରୋଡ଼ ସାଇଡ୍ ରେ ବିରିୟାନି ବିକ୍ରେତା ଥିଲେ ଓ ତାଙ୍କ ପାଖରେ ପୂର୍ବ ଅପରାଧ ରେକର୍ଡ ମଧ୍ୟ ଥିଲା। ଜ୍ଞାନଶେକରର ପତ୍ନୀ ବିଶ୍ୱବିଦ୍ୟାଳଯର ଅସ୍ଥାୟୀ କର୍ମଚାରୀ ଥିଲେ। ସେଥିଲାଗି ଜ୍ଞାନଶେକର କ୍ୟାମ୍ପସକୁ ଯିବା ଆସିବା କରିପାରୁଥିଲା। ସେ ଘଟଣା ପରେ ଗିରଫ ହେଇଥିଲେ। ମାଡ୍ରାସ ହାଇକୋର୍ଟ ନିଜ ଆଡ଼ୁ ମାମଲାର ସଂଜ୍ଞାନ ନେଇଥିଲେ। ପୋଲିସ ତଦନ୍ତରେ ତ୍ରୁଟି, ବିଶେଷ କରି ମେମୋରାଣ୍ଡମ୍ ଫାଇଲ୍ରେ ଭୁଲ୍ ଭଳି ପୀଡିତାଙ୍କ ଚିହ୍ନ ପ୍ରକାଶ ପାଇଯିବା ନେଇ ତୀବ୍ର ସମାଲୋଚନା କରାଯାଇଛି। ଅଦାଲତ ଏକ ବିଶେଷ ତଦନ୍ତ ଦଳ (SIT) ଗଠନ କରିଛନ୍ତି ଯେଉଁଥିରେ ୩ ଜଣ ମହିଳା IPS ଅଫିସର ଅଛନ୍ତି। ରାଜ୍ୟ ସରକାର ପୀଡ଼ିତାଙ୍କୁ ୨୫ଲକ୍ଷ ଟଙ୍କାର ଅନ୍ତରୀଣ ଆର୍ଥିକ ସହାୟତା ଦେବାକୁୁ ନିର୍ଦେଶ ଦିଆଯାଇଥିଲା। ଘଟଣାଟି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା। ବିପକ୍ଷ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ ଜ୍ଞାନଶେକରନ୍ ଶାସକ ଦଳ DMK ସହ ସଂପୃକ୍ତ। କିନ୍ତୁ DMK ଦଳ ସ୍ପଷ୍ଟ କରିଛି ଯେ ସେ କେବଳ ଏକ ସମର୍ଥକ ଥିଲେ, ସଦସ୍ୟ ନୁହେଁ। ଏହି ଘଟଣା ସାରା ରାଜ୍ୟରେ ବିଶ୍ୱବିଦ୍ୟାଳୟ ସୁରକ୍ଷା, ପୋଲିସର ଦାୟିତ୍ୱ ବିଷୟରେ ଆନ୍ଦୋଳିତ କରିଥିଲା। ବିଚାରପତି ରାଜଲକ୍ଷ୍ମୀ କହିଛନ୍ତି, ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ମିଳିବା ଜରୁରୀ। କାରଣ ସବୁ ଆରୋପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଦୋଷୀ ରାଜଶେକରନ କମ୍ ଦଣ୍ଡ ପାଇଁ ପ୍ରାର୍ଥନା କରିଛି। ନିଜର ବୟସ୍କା ମାଆ ଓ ୮ ବର୍ଷର ଝିଅର ଦେଖାଶୁଣା କରିବାର ଅଛି ବୋଲି ଯୁକ୍ତି ଦର୍ଶାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now