ମାଡ଼ିଗଲା ଦ୍ରୁତଗାମୀ କାର୍- ୩ ମୃତ,୬ ଗୁରୁତର

ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା। ଗାଡ଼ି ନିୟନ୍ତ୍ରଣ ହରାଇ ମାଡ଼ିଗଲା। ୯ରୁ ଅଧିକ ଲୋକଙ୍କ ଉପରେ ମାଡ଼ିଗଲା। ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ମାଡ଼ିଗଲା। ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ନାହରଗଡ଼ ଥାନା ସାମ୍ନାରେ ଅଧା କିଲୋମିଟର ଦୂର ଯାଏ ଘୋଷାରିନେଲା କାର୍। ନିଶାଗ୍ରସ୍ତ ଥିଲା ଚାଳକ। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଯିଏ ସାମ୍ନାରେ ଆସିଲା। ତା ଉପରକୁ ମାଡ଼ିଗଲା। ସଡ଼କ କଡ଼ରେ ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକୁ ବି ଧକ୍କା ଦେଇଥିଲା। ଆଖି ପିଚୁଳାକେ ଏହି ଘଟଣା ଘଟିବାରୁ ବଜାରରେ ହଇଚଇ ଖେଳିଗଲା। ପରେ କାର୍ ଚାଳକ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲା। ଏହାକୁ ଦେଖି ଲୋକେ ଅଧିକ ତାତି ଉଠିଥିଲେ। ପୁଲିସ କାରକୁ ଥାନାକୁ ନେଇଯାଉଥିଲା ବେଳେ କାରକୁ ଭଙ୍ଗାରୁଜା କରିଥିଲେ ଲୋକେ। ଉତ୍ୟକ୍ତ ଲୋକଙ୍କୁ ସମ୍ଭାଳିବାକୁ ଅଧିକ ପୁଲିସ ଫୋର୍ସ ପହଞ୍ଚିଥିଲା। ଡିସିପି ରାଶି ଡୋଗରା ଡୁଡି କହିଛନ୍ତି, ଶାସ୍ତ୍ରୀନଗର ନିବାସୀ କାର ଚାଳକ ଅସ୍ମାନ ଖାନଙ୍କୁ ଗିରଫ କରାଯାଇଛି। କାର୍ ଚାଳକର ବୟସ ୫୫ ବର୍ଷ। ଚାଳକ ନିଶାଗ୍ରସ୍ତ ଥିଲା। ଡ୍ରାଇଭରକୁ ଗିରଫ କରିବା ପରେ ଲୋକେ ଶାନ୍ତି ପଡ଼ିଥିଲେ। ଗାଡ଼ି ଚାଳକ ଖାନଙ୍କ ବିଶ୍ୱକର୍ମାରେ ଲୁହାର ଫ୍ୟାକଟ୍ରି ଅଛି। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ନାହରଗଡ଼ ଥାନା ଛକରେ ଆଗ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏହା ପରେ ସନ୍ତୋଷୀ ମାତା ମନ୍ଦିର ଆଡ଼କୁ ମାଡ଼ିଯାଇଥିଲା। ଜୟପୁର ହିଟ୍ ଆଣ୍ଡ ରନ୍ ମାମଲାରେ ଏପର୍ଯ୍ୟନ୍ତ ୩ଜଣଙ୍କ ମୃତ୍ୟୁ ହୋଇସାରିଛି। ଆଜି ସକାଳେ ଜଣଙ୍କ ମୃତ୍ୟୁ ହୋଇଛି। ଆହତଙ୍କ ଭିତରେ ୨ ପିଲା ଅଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *