ଶ୍ରଦ୍ଧା ହତ୍ୟାଠୁ ବିଭତ୍ସ ହତ୍ୟାକାଣ୍ଡ ବିଶାଖାପଟ୍ଟନମରେ

Spread the love

ବିଶାଖାପଟ୍ଟନମ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାଠାରୁ ଆହୁରି ଭୟଙ୍କର ଓ ବିଭତ୍ସ ହତ୍ୟା ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମରୁ। ବିଶାଖାପଟ୍ଟନମର ଏକ ଭଡାଘରେ ଥିବା ଡ୍ରାମ ଭିତରେ ଜଣେ ମହିଳାଙ୍କ ଶରୀରର ବହୁ ଖଣ୍ଡ ମିଳିବା ପରେ ଏହାକୁ ଶ୍ରଦ୍ଧା ହତ୍ୟାକାଣ୍ଡଠାରୁ ଆହୁରି ବର୍ବରୋଚିତ ଘଟଣା ବୋଲି କୁହାଯାଉଛି।

ବିଶାଖାପଟ୍ଟନମର ମଦୁରବଦାରୁ ଏପରି ଜଘଣ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବିଶାଖାପଟ୍ଟନମ ଡିଜି ଶ୍ରୀକାନ୍ତଙ୍କ ସୂଚନା ଅନୁଯାୟୀ, ମଦୁରବଦାର ଏକ ଘରକୁ ଭଡାରେ ଦିଆଯାଇଥିଲା। ଭଡାଟିଆ ବହୁ ମାସରୁ ଭଡା ନ ଦେବାରୁ ଘର ମାଲିକ ଭଡାଟିଆର ଜିନିଷ ବାହାର କରିବାକୁ ଯାଇଥିଲେ। କିନ୍ତୁ ଘରେ ତାଲା ପଡିଥିଲା। ସେ ତାଲା ଭାଙ୍ଗି ଭିତରକୁ ଯାଇ ଏକ ଡ୍ରମ ଭିତରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଦେଖିଥିଲେ।

୨୦୨୧ରେ ଭଡାଟିଆ ନିଜ ସ୍ତ୍ରୀ ଗର୍ଭବତୀ ଥିବା କହି ଭଡା ଦେବାରେ ବିଳମ୍ବ କରିଥିଲା ଓ ଖୁବ ଶୀଘ୍ର ଭଡା ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଭଡା ନ ଦେଇ ଘରେ ତାଲା ପକାଇ କେଉଁଆଡେ ଚାଲିଯାଇଥିଲା। ଘରେ ତାର ସେମିତି ଜିନିଷ କିଛି ରହିଛି। ଏବେ ମାଲିକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଥିଲା ଓ ସେ ଘର ଭିତରକୁ ସୋମବାର ଦିନ ପଶିଥିଲେ।

ଖଣ୍ଡବିଖଣ୍ଡିତ ଶରୀରକୁ ଦେଖି ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତବାକ ରହିଯାଇଥିଲା। ଡ୍ରମରେ ମହିଳାଙ୍କ ଶରୀରର କିଛି ହାଡ କଙ୍କାଳ ଖଣ୍ଡଖଣ୍ଡ ହୋଇ ପଡିଛି। ପୁଲିସକୁ ସନ୍ଦେହ, ଅଭିଯୁକ୍ତ ଫେରାର ଭଡାଟିଆ ନିଜ ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଡ୍ରମରେ ଭରିଥାଇ ପାରେ। ଏହି ହତ୍ୟା ଏକ ବର୍ଷ ପୂର୍ବରୁ ହୋଇଥିବା ସନ୍ଦେହ କରୁଛି ପୁଲିସ।

Leave a Reply

Your email address will not be published. Required fields are marked *