ବୋହୂର ସ୍ବୀକୃତି ଦାବିରେ ଘର ଆଗରେ ଆଉ ଜଣେ ବୋହୂ

Spread the love

ବ୍ରହ୍ମପୁର: ପୁଣି ଧାରଣାରେ ବସିଲେ ଆଉ ଜଣେ ବୋହୂ। ପ୍ରଥମେ ତପସ୍ୱୀନି, ତା ପରେ ଦୀପିକା ଆଉ ଏବେ ତନ୍ମୟୀ।  ଗଞ୍ଜାମ ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ସାହିରେ ବୋହୂର ମାନ୍ୟତା ପାଇଁ ଧାରଣାରେ ବସିଛନ୍ତି  ତନ୍ମୟୀ। ସେପଟେ ତନ୍ମୟୀଙ୍କ ଏହି ଧାରଣାକୁ ଦେଖି ଲୋକ ଲଜ୍ୟା ସହି ନପାରି ବିଷ ପିଇ ଶାଶୂ ସୁଷମା ପଣ୍ଡା ଆତ୍ମହତ୍ୟା କରିଛନ୍ତି।

ପ୍ରଥମେ ତପସ୍ୱୀନି, ତା ପରେ ଦୀପିକା, ଆଉ ଏବେ ତନ୍ମୟୀ । ସ୍ଥାନ ଏକ, ଆଉ ଆଭିଯୋଗ ବି ଏକ। ଦାବି କରିବାର ତରିକା  ବି ସମାନ । ଦାବି ବୋହୂର ସ୍ୱୀକୃତି । ସତେ ଯେମିତି ଗଞ୍ଜାମ ଜିଲ୍ଲାରେ ଶାଶୂ ଘର ଆଗରେ ବୋହୂର ସ୍ୱୀକୃତି ପାଇଁ ଧାରଣା ଦେବା ଏକ ଟ୍ରେଣ୍ଡ ପାଲଟିଛି । ଏହି ତରିକାକୁ ଆପଣେଇ ଶନିବାର ଶାଶୁ ଘର ଆଗରେ ଧାରଣାରେ ବସିଥିଲା ବୋହୂ ତନ୍ମୟୀ । ବୋହୂରଏହି ଧାରଣାକୁ ଦେଖି  ଲୋକ ଲଜ୍ୟା ସହି ନ ପାରି ଫିନାଇଲ ପିଇ ଆତ୍ମହତ୍ୟା କଲେ ତନ୍ମୟୀଙ୍କ ଶାଶୁ ।

୨୦୨୦ ମସିହାରେ ସୁଷମା ନିଜ ପୁଅକୁ ତନ୍ମୟୀଙ୍କ ସହ ବିବାହା କରିଥିଲେ । ହେଲେ ବିବାହର ମାତ୍ର ଦଶ ଦିନ ପରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ବୋହୂ ବାପଘରକୁ ଚାଲି ଯାଇଥିଲା । ଏନେଇ ତନ୍ମୟୀ ନିଜ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲା । ହଲେ ପରିବାରିକ କଳହର ସମାଧାନ ହୋଇପାରିନଥିଲା । ବର୍ତ୍ତମାନ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଶନିବାର ତନ୍ମୟୀ ପହଞ୍ଚିଥିଲେ ନିଜ ଶାଶୁଘରେ । ଆଉ  ତନ୍ମୟୀଙ୍କ ସାଥ ଦେଇଥିଲେ ତାଙ୍କ ଆଈ । ଆଇଙ୍କ ସହିତ ଶାଶୁଘର ଆଗରେ ଧାରଣାରେ ବସିଥିଲେ । ତନ୍ମୟୀଙ୍କ ଏଭଳି ଧାରଣାରେ ବସିବା ଦେଖି ଫିନାଇଲ ପିଇ ଦେଇଥିଲେ ଶାଶୂ ସୁଷମା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସୁଷମାଙ୍କର ମୃତ୍ୟୁ ଘଟିଛି ।

ତେବେ କାହିଁକି ଗଞ୍ଜାମରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଆଉ କାହିଁକି ବୋହୂର ସ୍ୱୀକୃତି ନେଇ ଶାଶୁଘର ଆଗରେ ଧାରଣାରେ ବସୁଛନ୍ତି ଝିଅମାନେ । ଦେଖିବାକୁ ବାକି ରହିଲା ତନ୍ମୟୀଙ୍କ ଏହି  ଧାରଣା କେଉଁ ମୋଡ ନେଉଛି।

ଇତିଶ୍ରୀ ସମାପିକାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *