ଦିନ କେଇଟାରେ ୩ୟ ଋଷୀୟ ନାଗରିକଙ୍କ ମୃତ୍ୟୁ

Spread the love

ପାରାଦୀପ: ରାୟଗଡାରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ପୁଲିସ ପ୍ରଶାସନର ତଦନ୍ତ ଶେଷ ହୋଇନଥିବା ବେଳେ ରାଜ୍ୟରେ ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ  ମିଲ୍ ୟାକୁବ୍ ସର୍ଜଇ । ତାଙ୍କ ମୃତ୍ୟୁ ସୋମବାର ରାତିରେ ପାରାଦୀପରେ ହୋଇଛି। ସେ ଜଣେ ଇଞ୍ଜିନିୟର ଥିଲେ।

ପାରାଦୀପ ପୋର୍ଟ ଆଙ୍କରେଜରେ ଏକ ଜାହଜରୁ ସର୍ଜଇଙ୍‌କ ମୃତଦେହ ଉଦ୍ଧାର ହୋଇଛି। ସେ ସେହି ଜାହାଜର ଚିଫ୍ ଇଞ୍ଜିନିୟର ଥିବା ଜଣାପଡିଛି। ମଙ୍ଗଳବାର ଭୋରୁ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି ପୁଲିସ କହିଛି। ତେଣେ ଏନେଇ ପାରାଦୀପ ପୋର୍ଟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଓଡ଼ିଶାରେ କିଛି ଦିନ ମଧ୍ୟରେ ୩ ଋଷୀୟ ନଗରିକଙ୍କ ମୃତ୍ୟୁ ଅନ୍ତର୍ଜାତୀୟସ୍ତରରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିସହ ଏପରି ଘଟଣା ମଧ୍ୟ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ତଥା ରାଜ୍ୟର ଗୌରବକୁ କ୍ଷୁନ୍ନ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି।

Leave a Reply

Your email address will not be published. Required fields are marked *