କୋର୍ଟରେ କାନ୍ଦି ପକାଇଲେ ଅର୍ଚ୍ଚନା

Spread the love

ଭୁବନେଶ୍ବର:  ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ପ୍ରସଙ୍ଗ । ପୁନର୍ବାର କୋର୍ଟରେ ହଜାର ହେଲେ ଅର୍ଚ୍ଚନା । ହଜାର ବେଳେ ରିମାଣ୍ଡ ଆବେଦନ କରିଥିଲା ଇଡି । ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ । ପୁନର୍ବାର ଆସନ୍ତା 7 ତାରିଖରେ କୋର୍ଟରେ ହଜାର ହେବେ ଅର୍ଚ୍ଚନା ନାଗ । ସେପଟେ କୋର୍ଟ ରୁ ବାହାରିବା ପରେ ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା । କହିଲେ ମୋତେ କିଛି କହିବାର ସୁଯୋଗ ଦିଆଯାଉନି ।

ସୋମବାର ଦିନ କୋର୍ଟରେ ଅର୍ଚ୍ଚନା ନାଗଙ୍କ ହାଜିରା ବେଳେ କାନ୍ଦିପକାଇଲେ ଅର୍ଚ୍ଚନା। କହିଲେ ମୋତେ ଅଣଦେଖା କରାଯାଉଛି । ମୋ କଥା କେହି ଶୁଣୁନାହାନ୍ତି । ମୁଁ କିଛି କହିବାକୁ ଚାଁହୁଛି…..! କୋର୍ଟଙ୍କ ସମ୍ମୁଖରେ ଅର୍ଚ୍ଚନାଙ୍କ ଏହି ଅପିଲ ଉପରେ ଓକିଲଙ୍କ ମାଧ୍ୟମରେ କୁହନ୍ତୁ ବୋଲି କହିଥିଲେ ଜଜ । ସେପଟେ କୋର୍ଟରୁ ବାହାରିବା ପରେ ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା । ମୁହଁ ପାଟି ଚାପି ତାଙ୍କୁ କରାଯାଉଛି କୋର୍ଟ ଫରୱାର୍ଡ଼ । ତାଙ୍କୁ କିଛି କହିବାର ସୁଯୋଗ ଦିଆଯାଉନି । ସଠିକ ତଦନ୍ତ କରାଯାଉ । ଯେଉଁ ଟଙ୍କା କଥା ଉଠୁଛି , ସଠିକ ତଦନ୍ତ ହେଲେ ସବୁ ସାମ୍ନାକୁ ଆସିବ । ଏହାସହ ସିବିଆଇ ତଦନ୍ତ କରାଯାଉ ବୋଲି ମଧ୍ୟ ଗଣମାଧ୍ୟମ ସାମ୍ନାରେ କହିଥିଲେ ଅର୍ଚ୍ଚନା । ସେହିପରି ଅକ୍ଷୟ ପରିଜା ଙ୍କ ଠାରୁ ମୁଁ ଟଙ୍କା ଟେ ନେଇନି, କୁଆଡେ ଗଲେ ସୋ କଲଡ଼ ଭିକଟିମ ଶ୍ରଦ୍ଧାଞ୍ଜଳି? କାହିଁକି ଲୁଚୁଛନ୍ତି, ଗଣମାଧ୍ୟମ ସାମ୍ନା କୁ ଆସୁ ନାହାଁନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ଅର୍ଚ୍ଚନା ।

ଆଗକୁ ମୁଁହ ଖୋଲିପାରନ୍ତି ଅର୍ଚ୍ଚନା..! ଇଡି କୋର୍ଟଙ୍କ ସମ୍ମୁଖରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ କୋର୍ଟରେ ଅପିଲ କରିଛି। ଇଡି ରିମାଣ୍ଡରେ ନେଲେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରିପାରେ ବୋଲି କୁହାଯାଉଛି। ସେହିପରି ରିମାଣ୍ଡରେ ହନିଟ୍ରାପକୁ କିଏ କିଏ ପ୍ରୋତ୍ସାହନ ଦେଉଥିଲେ? କାହାର କାହାର ସମ୍ପୃକ୍ତି ଅଛି?  ସବୁ ଗୋଟି ଗୋଟି ଇଡି ଆଗରେ କହିପାରନ୍ତି ଅର୍ଚ୍ଚନା । ସେପଟେ ଆବଶ୍ୟକସ୍ଥଳେ ପୂର୍ବରୁ ହାଜର ହୋଇ ବୟାନ ଦେଇସାରିଥିବା ବ୍ୟକ୍ତି ମଧ୍ୟ ରିମାଣ୍ଡ ପିରିୟଡ଼ ମଧ୍ୟରେ ପ୍ରେଜେଣ୍ଟ ରହିବେ ଓ ଚାହିଁଲେ ଇଡି ମୁହାଁମୁହିଁ ଜେରା ମଧ୍ୟ କରିପାରେ ବୋଲି ଆକଳନ  କରାଯାଉଛି!

ଧୀରେ ଧୀରେ ଖୋଲିପାରେ ବହୁ ଚର୍ଚ୍ଚିତ ଏହି ବଡ଼ ହନିଟ୍ରାପ, ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୁମର ।  ତଦନ୍ତର ଦିଗ ସଠିକ ହେଲେ ହିଁ ସବୁ କଥା ସାମ୍ନାକୁ ଆସିବ ଏଥିରେ ସନ୍ଦେହ ନାହିଁ। ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *