ଭୁବନେଶ୍ବର: ବୁଧବାର ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର ହେବେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ। ନୟାପଲ୍ଲି ଥାନାରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ ଘଟଣାରେ ହୋଇଥିବା ମାମଲାର ହେବ ଶୁଣାଣି। କୋର୍ଟକୁ ନେବାକୁ ମହିଳା ପୋଲିସ ଟିମ ଝାରପଡା ଜେଲରେ ପହଞ୍ଚି ତାଙ୍କୁ ଜେଲକୁ ନେବା ବ୍ୟବସ୍ଥା କରୁଛି।
ଓଡିଆ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ ନେଇ ନୟାପଲ୍ଲି ଥାନାରେ ହୋଇଥିବା ଏଫଆଇଆର ଉପରେ ଆଜି ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଶୁଣାଣି ହେବ। ଅର୍ଚ୍ଚନାଙ୍କୁ କୋର୍ଟକୁ ଆଣିବାକୁ ପୁଲିସ ଝାରପଡା ଜେଲରେ ପହଞ୍ଚିଛି। ଆଉ କିଛି ସମୟରେ ଜେଲରେ ଅର୍ଚ୍ଚନାଙ୍କୁ ହାଜର କରାଯିବ। ତେଣୁ ଉଭୟ ଜେଲ ଓ କୋର୍ଟ ପରିସରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now