୨ ମାସ ପରେ ବି ଆସିଲାନି ଅର୍ଚ୍ଚନାଙ୍କ ଇଲୋକ୍ଟ୍ରୋନିକ୍ସ ଡିଭାଇସର ରିପୋର୍ଟ

Spread the love

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଲାପଟପ ଏବଂ ପେନଡ୍ରାଇଭର ଏଯାଏଁ ଫରେନସିକ ରିପୋର୍ଟ ଆସିନଥିବାରୁ ବଢୁଛି ସନ୍ଦେହ । ଇଡି କୁ ସମସ୍ତ ଡିଜିଟାଲ ତଥ୍ୟ ଦେବାକୁ ଷ୍ଟେଟ ଫରେନସିକକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ୭ଦିନିଆ ରିମାଣ୍ଡର ତୃତୀୟ ଦିନରେ ଅର୍ଚ୍ଚନାଙ୍କୁ ମାରାଥନ ଜେରା କରୁଛି ଇଡି। ଏହାସହ ଦ୍ୱିତୀୟ ଥର ପାଇଁ ED ରେ ହାଜର ହୋଇଥିଲେ ବିଲଡର ପବିତ୍ର ପାତ୍ର l

ଇଡି ଖୋଜୁଛି  ଅର୍ଚ୍ଚନାଙ୍କ ବେଆଇନ  ଅର୍ଥର ଗୁମର। କେଉଁଠି ଅଛି ଅର୍ଚ୍ଚନା ଙ୍କ ଏକ୍ସକ୍ଲୁସିଭ ତଥ୍ୟ? ସୁରକ୍ଷିତ ଅଛି ତ ଭିଡିଓ ଓ଼ ହ୍ବାଟ୍ସଆପ ଚାଟ? ଫରେନସିକ କୁ ଯିବା ପୂର୍ବରୁ ଟାମ୍ପପରିଂ ହୋଇନି ତ ଡିଜିଟାଲ ଏଭିଡେନ୍ସ? ଦୁଇ ମାସ ବିତି ଗଲାଣି ମାତ୍ର ଏବେ ଯାଏଁ ଆସି ପାରିଲାନି ଜବତ  ଇଲେକ୍ଟ୍ରୋନିକ ସାମଗ୍ରୀର ଫରେନସିକ ରିପୋର୍ଟ l ଅର୍ଚ୍ଚନାଙ୍କୁ ଗିରଫ ପରେ ତାଙ୍କ ଠାରୁ 4 ଟି ମୋବାଇଲ, ଦୁଇଟି  ଲାପଟପ,ଗୋଟେ ପେନ ଡ୍ରାଇଭ ଜବତ କରିଥିଲା କମିଶନରେଟ ପୋଲିସ। ସେହିପରି, ଜଗବନ୍ଧୁ କୁ ଜେରା କରି ଛାଡ଼ି ଦେବାର 15ଦିନ ପରେ  କମିଶନରେଟ ପୋଲିସ ତାଙ୍କୁ ଗିରଫ ବେଳେ  4 ମୋବାଇଲ , ଦୁଇଟି ଲାପଟପ୍ , ଡାଇରୀ, କିଛି ବ୍ଯାଙ୍କ ପାସ ବୁକ  ମିଳିଥିଲା। ସେ ସବୁ ଫୋରେନସିକ ଲାବକୁ ଯାଇଥିଲା।  ଯାହାର ରିପୋର୍ଟ ଦୀର୍ଘ ଦୁଇମାସ  ପରେ ବି ଆସିପାରୁନି l ଏପଟେ ଇଡି କୁ ସମସ୍ତ ଡିଜିଟାଲ ତଥ୍ୟ ଦେବାକୁ ଷ୍ଟେଟ ଫରେନସିକ କୁ ନିର୍ଦେଶ ଦେଇଛନ୍ତି କୋର୍ଟ।  ସାଇବର ଏକ୍ସପର୍ଟ ଙ୍କ ତଥ୍ୟ  ଆଧାରରେ  ଡିଲିଟ କରାଯାଇଥିବା  ଡାଟା କୁ ED ଚାହିଁଲେ ରିକଭର କରିପାରିବ l

ଅନ୍ୟପଟେ ତୃତୀୟ ଦିନରେ ଅର୍ଚ୍ଚନାଙ୍କୁ ଇଡି ଅଫିସରେ ଚାଲିଛି ମାରାଥନ ଜେରା।  ଏହାସହ ବେଆଇନ ଅର୍ଥ କାରବାରର ଖୋଳତାଳ ପାଇଁ ଦ୍ଵିତୀୟ ଥର ହାଜର ହୋଇଛନ୍ତି ଅର୍ଚ୍ଚନା ଙ୍କ ଅଲିଶାନ ଘର କରିଥିବା  ବିଲଡର ପବିତ୍ର ପାତ୍ର l ଉଭୟଙ୍କୁ ମୁଁହା ମୁଁହି ଜେରା କରିଛି ଇଡି l 2000- 2021 ଭିତରେ ଘର କାମ ବାବଦ ରେ ପ୍ରାୟ 40 ଲକ୍ଷ ଟଙ୍କା ଟ୍ରାନଜେକ୍ସନ ହୋଇଥିବା ସେ ସ୍ୱୀକାର କରିଛନ୍ତ l

ଇଡି କାର୍ଯ୍ୟାଳୟ ଉପରେ ଏବେ ସମସ୍ତଙ୍କ ନଜର l ଜେରା ସମୟରେ କଣ କଣ ତଥ୍ୟ ଦେବେ ଅର୍ଚ୍ଚନା ତା ଉପରେ ଏବେ ସଭିଁକ ନଜର।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *