କାର ଷ୍ଟଣ୍ଟ ପଡିଲା ମହଙ୍ଗା

Spread the love

ମୁମ୍ୱାଇ:  ବର୍ତ୍ତମାନ ସମୟରେ କାର କିମ୍ୱା ବାଇକ୍ ରେ ଷ୍ଟଣ୍ଟ ଦେଖାଇବା ଗୋଟେ ଫ୍ୟାସନ ପାଲଟି ଗଲାଣି । ଯୁବପିଢି ସୋସିଆଲ ମିଡିଆରେ କିଛି ଲାଇକ ଆଉ ସେୟାର ପାଇବା ପାଇଁ ବିପଦଜନକ ଷ୍ଟଣ୍ଟ କରିବାକୁ ପଛାଉ ନାହାନ୍ତି । ଦୁର୍ଭାଗ୍ୟଜନକ କଥାକି ଏହା ବର୍ତ୍ତମାନ ଖୁବ ଲୋକପ୍ରିୟ ହେବାରେ ଲାଗିଛି । ନିକଟରେ ଏପରି ଏକ ଖବର ଦେଖିବାକୁ ମିଳିଛି  ନୋଏଡାର କୈଳାସପୁର ଏରିଆ ନିକଟସ୍ଥ ଆମ୍ୱେଦକର ପାର୍କ ନିକଟରେ  । ଯୁବକ ଜଣକ ଷ୍ଟଣ୍ଟ କରିବା ପାଇଁ ଆପଣେଇଥିଲେ  ଏକ ବିପଦଜନକ ପଦକ୍ଷେପ। ଚଳନ୍ତା ମାରୁତି କାରର ବୋନେଟ ଉପରେ ବସି ବଭିନ୍ନ ପୋଜ ଦେଉଥିଲେ। ସେପଟେ କାରର  ଡ୍ରାଇଭର ସିଟି ରହିଥିଲା ଖାଲି । ଘଟଣାଟି ସୋଲିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ପଦକ୍ଷେପ ଗ୍ରହଣ କରିଛି ।

ସେଣ୍ଟ୍ରାଲ ନୋଏଡାର ଅତିରିକ୍ତ ଡିସିପି ରାଜୀବ ଦୀକ୍ଷିତଙ୍କ କହିବା ଅନୁଯାୟୀ ଷ୍ଟଣ୍ଟ ଦେଖାଉଥିବା ଯୁବକ ଜଣକ ହେଉଛନ୍ତି ନକୁଲ, ଯିଏ ଏହି ଷ୍ଟଣ୍ଚ କରିବା ସର୍ବସାଧାରଣ ଜାଗାରେ ଦେଖାଉଥିଲେ । ତେବେ ତଦନ୍ତରୁ ଜଣାପଡିଛି କି, ଭାଇରାଲ ହେଉଥିବା ଭିଡିଓଟି ବହୁମାସ ପୂର୍ବରୁ ରେର୍କଡ ହୋଇଥିଲା, ଯାହା ନିକଟରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରୁ ମିଳିଥିବା ସୂଚନାକୁ ଆଧାର କରି ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଓ ମାରୁତି କାରକୁ ଜବତ କରିଛି । ସର୍ବସାଧାରଣ ଜାଗାରେ ବିପଦଜ୍ଜନକ ଭାବରେ ଗାଡି ଚଳାଉଥିବାରୁ ଗାଡି ମାଲିକ ଉପରେ 26,000 ଜରିମାନା ସହ ଆଇ ପି ସିର ଧାରା 151 ଅନୁଯାୟୀ କାର ମାଲିକଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି ।

Leave a Reply

Your email address will not be published. Required fields are marked *