ଆଶାରାମ ବାପୁଙ୍କ ଆଉ ଅନ୍ତରୀଣ ଜାମିନ ବଢ଼ିବନି। ଅଗଷ୍ଟ ୩୦ ସୁଦ୍ଧା ଜୋଧପୁର ସେଣ୍ଟ୍ରାଲ ଜେଲରୁ ସରେଣ୍ଡର କରିବାକୁ ପଡ଼ିବ। ଯୌନଶୋଷଣ ମାମଲାରେ ଆଜୀବନ ସଜ୍ଜା କାଟୁଥିବା ଆଶାରାମ ବାପୁଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି କରିବାକୁ ମନା କରିଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ। ଅହମଦାବାଦର ସିଭିଲ ହସ୍ପିଟାଲର ମେଡିକାଲ ରିପୋର୍ଟ ଆଧାରରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ମେଡିକାଲ ରିପୋର୍ଟ ଅନୁସାରେ ଆଶାରାମଙ୍କ ସ୍ୱାସ୍ଥ୍ୟବସ୍ଥା ଯେମିତି ଅଛି, ସେ ଜେଲରେ ରହିବାକୁ ସକ୍ଷମ ଅଟନ୍ତି। ଏହି ରାୟ ଜଷ୍ଟିସ ଦୀନେଶ ମେହେଟ୍ଟା ଓ ଜଷ୍ଟିସ ବୀନିତ କୁମାର ମାଥୁରଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଅଦାଲତ ଏ କଥା ବି କହିଛନ୍ତି, ଭବିଷ୍ୟତରେ ଯଦି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୁଏ ସେ ଜାମିନ ଲାଗି ଆବେଦନ କରିପାରିବେ। କିନ୍ତୁ ଏବେ ସେ ସୁସ୍ଥ ଅଛନ୍ତି ଓ ସଜ୍ଜା କାଟିବାକୁ ଜେଲକୁ ଫେରିବାକୁ ପଡ଼ିବ। ଅଗଷ୍ଟ ୧୨ରେ ଆଶାରାମଙ୍କ ଜାମିନ ଆବେଦନ ପିଟିସନ ଦାଏର ହୋଇଥିଲା। ଅଦାଲତ ମେଡିକାଲ ରିପୋର୍ଟ ଆଧାରରେ ଆଶ୍ୱସ୍ତ କରି ଅଗଷ୍ଟ ୨୯ ଯାଏ ଅନ୍ତରୀଣ ଜାମିନ ଅବଧି ବଢ଼ାଇଥିଲେ। କିନ୍ତୁ ଏଥର ସରେଣ୍ଡର କରିବାକୁ ଆଦେଶ ଜାରି କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now