ବ୍ୟବସାୟୀଙ୍କୁ ଆକ୍ରମଣ ଥାନାରେ ଅଭିଯୋଗ

Spread the love

କେନ୍ଦ୍ରାପଡ଼ା : ସଦର ଥାନା ଅନ୍ତର୍ଗତ କାଙ୍କଦିଆ ଗ୍ରାମର ଜଳଖିଆ ଦୋକାନୀ ଅଜୟ ସ୍ୱାଇଁଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ମାମଲାରୁ ପ୍ରକାଶ ଯେ, କାଙ୍କଦିଆ ଗ୍ରାମର ନିତ୍ୟାନନ୍ଦ ମହାନ୍ତି ଓ ଚକ୍ରଧର ମହାପାତ୍ରଙ୍କ ମଧ୍ୟରେ ହୋଇଥିବା ବଚସା ର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା । ଚକ୍ରଧର ସମାଧାନ ସ୍ଥଳରୁ ଉଠି ଆସି କଂସାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ଜଳଖିଆ ଦୋକାନରେ ପହଞ୍ଚି ଅଜୟଙ୍କୁ ଗାଳି ଗୁଲଜ କରି ନିସ୍ତୁକ ମାଡ ମାରିଥିଲେ । ସେ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ପୋଲିସ ଅଭିଯୁକ୍ତକୁ ଖୋଜୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *