ଆସିଲା ଅଶରଫ ଓ ଅତିକଙ୍କ ବ୍ୟବଚ୍ଛେଦ ରିପୋର୍ଟ

Spread the love

ଉତ୍ତରପ୍ରଦେଶ: ବହୁଚର୍ଚ୍ଚିତ ଡନ୍ ବ୍ରଦର୍ସ ଅତିକ ଅହମଦ ଓ ଅଶରଫଙ୍କୁ  ଶନିବାରେ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଗୁଳିମାଡ କରାଯାଇଛି  । ଉଭୟଙ୍କୁ ମେଡିକାଲ ଚେକଅପ ପାଇଁ ନିଆଯାଉଥିବାବେଳେ କିଛି ଦୁବୃତ  ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହି ଗୁଳିମାଡରେ ଉଭୟ ଭାଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଆଜି ସକାଳେ ରିପୋର୍ଟ ଆସିଛି । ଖବର ଅନୁଯାୟୀ ରବିବାର ରାତିରେ ସେମାନଙ୍କ ମୃତଦେହକୁ କବର ଦିଆଯାଇଥିଲା  । ଏବଂ ସୋମବାର ସେମାନଙ୍କ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି ।

ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଅତିକ ଅହମଦ ଶରୀରରୁ 9ଟି ଓ ଅଶରଫଙ୍କ ଶରୀରରୁ 5ଟି ଗୁଳି ମିଶି ମୋଟ 14 ଟି ଗୁଳି ବାହାରିଥିଲା । ଏଥିପାଇଁ ଡାକ୍ତରଙ୍କ ଏକ ପ୍ୟାନେଲ ଗଠିତ ହୋଇଥିଲା । ଏବଂ ବ୍ୟବଚ୍ଛେଦ ବେଳର ଭିଡିଓ ରେକର୍ଡ ହୋଇଥିଲା ।

ଅତିକ ଓ ଅସରଫଙ୍କୁ ଆକ୍ରମଣ କରିଥିବା ତିନି ଅଭିଯୁକ୍ତ ହେଉଛନ୍ତି ସନ୍ନି ,ଲଭଲେସ ଓ ବରୁଣ । ଅତିକକୁ ଗୋଟେଗୁଳି ମୁଣ୍ଡରେ ବାଜିଥିବା ବେଳେ  ଛାତି ଓ ପିଠିରେ ମୋଟ ଆଠଟି ଗୁଳି ବାଜିଥିଲା  । ସେହିପରି ଅଶରଫଙ୍କୁ ଗୋଟେଗୁଳି ମୁହଁରେ ବାଜିଥିଲା ଓ ଅନ୍ୟ ଚାରିଟି ଗୁଳି ତାଙ୍କ ଶରୀରରୁ ପାର ହୋଇଯାଇଛି ।

ତେବେ ଗୁଳିକାଣ୍ଡ ସମୟରେ ଉଭୟ ଡନ ଭାଇକୁ ମେଡିକାଲ ଚେକଅପ୍ ପାଇଁ ପ୍ରୟାଗରାଜରେ ଅବସ୍ଥିତ ନେହେରୁ ଡିଭିଜନାଲ ହସ୍ପିଟାଲକୁ ନିଆୟାଇଥିଲା ସେମାନେ ହସ୍ପିଟାଲ ସମ୍ମୁଖରେ ଚାଲି ଚାଲି ଆସୁଥିବାବେଳେ ସର୍ବ ସମ୍ମୁଖରେ ସାମ୍ବାଦିକ ରୂପରେ ଆସି ଗୁଳି କରିଥିଲେ ଦୁବୃତ୍ତ । ଗୁଳିକାଣ୍ଡ ଯୋଗୁ ଗୁଳିକାଣ୍ଡରେ ଉଭୟ ଭାଇଙ୍କ ମୃତ୍ୟୁ ଘଟିଥିଲା ।

ଘଟଣାକୁ ନେଇ ସଂପୂର୍ଣ୍ଣ ଦେଶରେ ହଇଚଇ ସୃଷ୍ଠି ହୋଇଥିବା ବେଳେ ଉତ୍ତର ପ୍ରତେଶରେ 144 ଧାରା ଲାଗୁ କରାଯାଇଥିଲା । ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଜଣିଆ ଟିମ ଗଠନ କରିଛନ୍ତି । ଯାହା 2 ମାସ ଭିତରେ ଏହାର ରିପୋର୍ଟ ପ୍ରଦାନ କରିବ ।

ରବିବାର ସକାଳେ ପ୍ରୟାଗରାଜ ହସ୍ପିଟାଲରେ ଉଭୟ ଭାଇଙ୍କ ଶବ ବ୍ୟବଚ୍ଛେଦ ହେଲାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏବଂ ସଂନ୍ଧ୍ୟା ସମୟରେ ଉଭୟଙ୍କୁ କବର ଦିଆଯାଇଥିଲା ।

ଅନ୍ୟପକ୍ଷେ ଗୁଳିମାଡ ପରେ ଆତ୍ମସମର୍ପଣ କରିଥିବା 3 ଯୁବକ ସନ୍ନି,ଲଭଲେସ ଓ ବରୁଣକୁ 14 ଦିନିଆ ବିଚାର ପାଇଁ ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *