ସ୍କୁଲରେ ଅନ୍ଧାଧୁନିଆ ଫାୟାରିଂ- ୧୧ ମୃତ!

ଅଷ୍ଟ୍ରିଆର ଗ୍ରାଜରେ ଏକ ସ୍କୁଲରେ ସୁଟିଂ ରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଗୁଳି ମାଡ଼ରେ ଅନେକ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ୨୮ ଜଣ ଆହତ ହୋଇଛନ୍ତି। ଏମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍କୁଲରେ ଅନ୍ଧାଧୂନିଆ ଗୁଳି କରିଥିଲେ ଦୁର୍ବୃତ୍ତ। ମୃତକଙ୍କ ଭିତରେ ଛାତ୍ର ଓ ଶିକ୍ଷକ ଅଛନ୍ତି। ଘଟଣା ପରେ ପୁଲିସ ଅପରେସନ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ସୁଟର ଦୁଇଟି ଶ୍ରେଣୀରେ ପଶି ଅନ୍ଧାଧୁନିଆ ଗୁଳି କରିଥିଲେ। ଗୁଳିକାଣ୍ଡ ପରେ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସନିଗ୍ଧ ଆକ୍ରମଣକାରୀ ଜଣେ ଛାତ୍ର। ଗୁଳି କରିବା ପରେ ସେ ନିଜକୁ ବି ଗୁଳି କରି ଆତ୍ମହତ୍ୟା କରିଦେଇଛି। ଆକ୍ରମଣକାରୀର ଶବ ସ୍କୁଲର ଶୌଚାଳୟରୁ ମିଳିଛି। ଅଷ୍ଟ୍ରିଆର ଗୃହ ମନ୍ତ୍ରାଳୟ ଏହି ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିଛି। ଗ୍ରାଜର ଫେଡେରାଲ ଅପର ସେକେଣ୍ଡାରୀ ସ୍କୁଲରେ ଏହି ଅଘଟଣ ଘଟିଛି। ତେବେ ଆକ୍ରମଣକାରୀ କାହିଁକି ଏଭଳି କାଣ୍ଡ ଘଟାଇଲା, ତାହାର ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ ସ୍ପେଶିଆଲ ଫୋର୍ସ କୋବ୍ରାକୁ ମୁତୟନ କରାଯାଇଛି। ଅଷ୍ଟ୍ରିୟା ଚାନସେଲର ବି ଘଟଣାସ୍ଥଳକୁ ବାହାରି ପଡ଼ିଲେଣି। ଏଭଳି ସମ୍ୱେଦନଶୀଳ ପରିସ୍ଥିତିରେ ସମସ୍ତଙ୍କୁ ଶାନ୍ତ ରହିବାକୁ ଅପିଲ କରିଛି ପ୍ରଶାସନ। ଗ୍ରାଜ୍ ଅଷ୍ଟ୍ରିଆର ଦ୍ୱିତୀୟ ସର୍ବବୃହତ ସହର ଅଟେ। ଯେଉଁଠି ପ୍ରାୟ ୩ଲକ୍ଷ ଲୋକ ରୁହନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *