ଜାଲି ପାନ୍ କାର୍ଡ ମାମଲା- ଆଜମ ଓ ଅବଦ୍ଦୁଲାହଙ୍କୁ ୭ ବର୍ଷ ଲେଖାଏଁ ସଜ୍ଜା

ପାନ୍ କାର୍ଡ ମାମଲାରେ ସପାର ବରିଷ୍ଠ ନେତା ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲ୍ଲାହ ଆଜମଙ୍କୁ ସଜ୍ଜା। ରାମପୁର ଏମପି-ଏମଏଲଏ କୋର୍ଟ ଦୁଇଟି ପାନ୍ କାର୍ଡ ରଖିବା ମାମଲାରେ ୭ ବର୍ଷ ଲେଖାଏଁ ଦଣ୍ଡ ଶୁଣାଇଛନ୍ତି। ଏହା ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ବି ଲାଗିଛି। ୨୦୧୯ରେ ବିଜେପି ବିଧାୟକ ଆକାଶ ସକ୍ସେନାଙ୍କ ଅଭିଯୋଗକ୍ରମେ ଜାଲି ଦସ୍ତାବିଜ୍ରୁ ପାନ୍ ତିଆରିରେ ଆରୋପକୁ ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ ବାପ ପୁଅ। ଅଭିଯୋଗ ବି ହୋଇଥିଲା ଯେ, ଅବଦ୍ଦୁଲା ଦୁଇଟି ଅଳଗା ଅଲଗା ଜନ୍ମ ପ୍ରମାଣପତ୍ର ଆଧାରରେ ଦୁଇଟି ପାନ୍ କାର୍ଡ କରିଥିଲେ। ନିର୍ବାଚନ ଲଢ଼ିବାକୁ ସର୍ବନିମ୍ନ ଯୋଗ୍ୟତା ବୟସ ନଥିଲା। ତା ସତ୍ତ୍ୱେ ବିଧାୟକ ହେବାକୁ ଏଭଳି କୁଟରଚନା କରିଥିଲେ। ଆୟକର ବିଭାଗ ବି ଯାଞ୍ଚରେ ଦୁଇଟି ପାନ କାର୍ଡ ମିଳିଥିବା କଥାକୁ ପୁଷ୍ଟି କରିଥିଲା। ୨ ମାସ ହେଲା ଜେଲରୁ ବାହାରିଥିଲେ ଆଜମ। ଆଜମ ଓ ଅବଦ୍ଦୁଲା ଜାଲି ଓ ମିଛ ଦସ୍ତାବିଜ୍ ଲଗାଇ ବିଧାନସଭା ନିର୍ବାଚନରେ ନାମାଙ୍କନ ଭରିଥିବାର ଆରୋପ ଲାଗିଥିଲା। ଆଜମ ଖାନଙ୍କ ବିରୁଦ୍ଧରେ ମୋଟ୍ ରୁଜୁ ହୋଇଥିବା ୧୦୪ ମାମଲାରୁ ଆଜି ଯାଏଁ ୧୨ଟି ମାମଲାର ଫୈସଲା ଆସିଛି। ଏଥିରୁ ୭ଟି ମାମଲାରେ ତାଙ୍କୁ ସଜ୍ଜା ହୋଇଥିଲା ବେଳେ ୫ଟି ମାମଲାରେ ଦୋଷମୁକ୍ତ କରାଯାଇଛି। ଆଜମ୍ କହିଲେ, ଅଦାଲତ ତାଙ୍କୁ ଦୋଷୀ ବୋଲି ଭାବିଲେ ବୋଲି ଦଣ୍ଡବିଧାନ କଲେ। ଆଜମ ଓ ଅବଦ୍ଦୁଲା ପୂର୍ବରୁ ଜନ୍ମ ପ୍ରମାଣପତ୍ର ଜାଲିଆତିରେ ସାମିଲ ଥିଲେ। ଏହି ମାମଲାରେ ଅବଦ୍ଦୁଲାଙ୍କୁ ବିଧାୟକ ପଦ ରଦ୍ଦ ହୋଇଯାଇଥିଲା। ନିକଟରେ ଆଜମ ସୀତାପୁର ଜେଲରୁ ଜାମିନରେ ବାହାରି ଆସିଥିଲେ। ତାଙ୍କ ପୁଅ ଅବଦ୍ଦୁଲା ବି ଜାମିନରେ ବାହାରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *