ଜେଲରୁ ମୁକୁଳିଲେ ଆଜମ ଖାନ୍

ଦୀର୍ଘ ୨୩ ମାସ ପରେ ଜେଲରୁ ରିଲିଜ୍ ହେଲେ ଆଜମ ଖାନ୍। ସୀତାପୁର ଜେଲରୁ ବାହାରିଲେ ଆଜମ୍। ରିଲିଜ୍ ମାତ୍ରେ ସେ ନିଜ ନିର୍ବାଚନମଣ୍ଡଳୀ ରାମପୁରକୁ ଯାଇଥିଲେ। ଏକ ବିଶାଳ କନଭୟରେ ସେ ନିଜ ଦୁଇ ପୁଅଙ୍କ ସାଙ୍ଗରେ ରାମପୁର ଯାଇଛନ୍ତି। ଜେଲରୁ ରିଲିଜ୍ ପରେ ଆଜମ ଖାନ୍ ଗଣମାଧ୍ୟମକୁ କହିଥିଲେ, ସେ ଏବେ ଜନତାଙ୍କ ପାଖକୁ ଆସିସାରିଛନ୍ତି। ସେ କାହାର କ୍ଷତି କରିନଥିଲେ। ଏପରିକି ତାଙ୍କ ଶତୃର ବି ନୁହେଁ। ଗଲା ୫ ବର୍ଷ ଧରି ସେ ବାହାର ଦୁନିଆରୁ ଦୂରେଇ ରହି ନିଜକୁ ଏକୁଟିଆ କରିଦେଇଥିଲେ। ଏପରିକି ତାଙ୍କୁ ଫୋନ୍ କଲ୍ କରିବାକୁ ଦିଆଯାଉନଥିଲା। ଜେଲରୁ ଜୀବିତ ଆସିଲେ ସେ ଗାଜି କୁହାଇବେ। ଆଉ ଯଦି ତାଙ୍କ ଶବ ବାହାରକୁ ଆସିଥାଆନ୍ତା, ତେବେ ଶହୀଦ ବୋଲାଇଥାଆନ୍ତେ। ସପା ସୁପ୍ରିମୋ ଅଖିଳେଶ ଏହାକୁ ନ୍ୟାୟର ଜିତ୍ ବୋଲି କହିଛନ୍ତି। ବିଜେପି ଆଜମ ଖାନଙ୍କ ବିରୁଦ୍ଧରେ ମିଛ ମାମଲା କରି ଜେଲରେ ପୁରାଇଥିଲା। ଆଜମ ଖାନଙ୍କ ରିଲିଜ୍ ପରେ ସପା କର୍ମକର୍ତ୍ତା ମିଠା ବାଣ୍ଟି ଖୁସି ଜାହିର କରିଛନ୍ତି। ହାଇକୋର୍ଟ ଆଜମଙ୍କୁ ସମସ୍ତ ମାମଲାରେ ଜାମିନ୍ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *