ବାହାନଗା ଟ୍ରେନ ଟ୍ରାଜେଡି ; ଶେଷ ହେଲା ରିମାଣ୍ଡ ଅବଧି

Spread the love

ବାହାନଗା ରେଳ ଦୁର୍ଘଟଣାର ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ଆଜି ରିମାଣ୍ଡ ଅବଧି ଶେଷ ହୋଇଛି । ଏହାପରେ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ CBI । ପୂର୍ବରୁ 7 ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ 5 ଦିନର ରିମାଣ୍ଡ ଅନୁମତି ଦେଇଥିଲେ । ଗତକାଲି ସିଗ୍ନାଲିଂ ସମ୍ପର୍କିତ ଦୁଇ ଜଣ ରେଳ କର୍ମଚାରୀଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରିଥିଲା CBI ।ସେପଟେ ଆଜି CBI ନିକଟରେ ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ଏନେଇ ତାଙ୍କୁ CBI ପକ୍ଷରୁ ସମନ କରାଯାଇଥିଲା । ଷ୍ଟେସନ ମାଷ୍ଟର ଏସ କେ ପଟନାୟକ ଓ ସେଦିନ ଷ୍ଟେସନ ମାଷ୍ଟର ଦାୟିତ୍ୱରେ ଥିବା ଏସ ବି ମହାନ୍ତିଙ୍କୁ ହୋଇଥିଲା ସମନ। CBI ନିକଟରେ ଷ୍ଟେସନ ମାଷ୍ଟର ହାଜର ପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିପାରେ ବୋଲି ଚର୍ଚ୍ଚା । କାରଣ CRS ରିପୋର୍ଟ ରେ ଷ୍ଟେସନ ମାଷ୍ଟରଙ୍କ ଅବହେଳା ସ୍ପଷ୍ଟ ଦର୍ଶାଯାଇଥିଲା ।

Leave a Reply

Your email address will not be published. Required fields are marked *