ଜେଲରୁ ମୁକ୍ତ ଭାରତ ପାଇଁ ବିପଜ୍ଜନକ ବ୍ୟକ୍ତି

ବାଂଲାଦେଶ ଜେଲରୁ ମୁକ୍ତ ହୋଇଗଲେ ଭାରତ ପାଇଁ ବିପଜ୍ଜନକ ବ୍ୟକ୍ତି। ଗୋଟିଏ ପଟେ ବାଂଲାଦେଶ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି ହୋଇଛି ତ ଅନ୍ୟ ପଟେ ଭାରତ ପାଇଁ ସବୁଠାରୁ ବିପଜ୍ଜନକ ବ୍ୟକ୍ତି ଜେଲରୁ ମୁକ୍ତ ହେଲେ ବାଂଲାଦେଶର ପୂର୍ବତନ ମନ୍ତ୍ରୀ ଅବଦୁସ ସଲାମ ପିଣ୍ଟୁ। ଅବଦୁସ୍ ଆତଙ୍କବାଦୀଙ୍କୁ ଭାରତ ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରିଥିଲେ। ସେ ଶେଖ ହସିନାଙ୍କ ରାଲି ଉପରେ ଆକ୍ରମଣର ଷଡ଼ଯନ୍ତ୍ର ମଧ୍ୟ କରିଥିଲେ। ଖାଲିଦା ଜିଆଙ୍କର ନିକଟତମ ନେତାଙ୍କ ମଧ୍ୟରେ ପିଣ୍ଟୁଙ୍କୁ ଗଣନା କରାଯାଏ। ଅବଦୁସ୍ ସଲାମ ପିଣ୍ଟୁଙ୍କ ମୁକ୍ତି ଉଭୟ ଭାରତ ଏବଂ ଶେଖ ହସିନାଙ୍କ ପାଇଁ ଚିନ୍ତାର ବିଷୟ। ସେ ବାଂଲାଦେଶର ଶିକ୍ଷା ମନ୍ତ୍ରୀ ରହିଛନ୍ତି। ସେ ଏହି ପଦବୀରେ ଖାଲିଦ ଜିଆଙ୍କ ସରକାରରେ ଥିଲେ। ସରକାରରେ ଥିବାବେଳେ ସେ ଭାରତ ଏବଂ ହସିନାଙ୍କ ବିରୋଧରେ ଅନେକ ଷଡଯନ୍ତ୍ର କରିଥିଲେ। ଆତଙ୍କବାଦୀଙ୍କୁ ଅର୍ଥ ପ୍ରଦାନ କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ସେ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଉଥିଲେ ଯାହା ଦ୍ବାରା ଆତଙ୍କବାଦୀମାନେ କଶ୍ମୀର ମାଧ୍ୟମରେ ଭାରତକୁ କ୍ଷତି ପହଞ୍ଚାଇବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *