ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୨ ଗୁରୁତର

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଗୁଦୁରାମୁଣ୍ଡା ଗାଆଁରେ ଅଭାବନୀୟ ଘଟଣା l ମଦଭାଟି ଠିକାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ l ଘଟଣାରେ ଜଣେ ମୃତ ୨ ଗୁରୁତର l ମୃତକ ଜଣକ ବରପାଲି ଥାନା କନବାର ଗ୍ରାମର ମହେଶ୍ବର ବେହେରା ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି l କୌଣସି ଏକ କାରଣକୁ ନେଇ ପ୍ରଥମେ ବଚସା ଆଉ ପରେ ହାତାହାତି ପରିସ୍ଥିତି ଉପୁଜିଥିଲା l ବର୍ତ୍ତମାନ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଅଧିକ ତଦନ୍ତ ଚଳାଇଛି ଭେଡେନ ପୋଲିସ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *