କାହା ଭୁଲ୍ ପାଇଁ ପହଲଗାମରେ ନଥିଲେ ସୁରକ୍ଷାବଳ- ପଦାକୁ ଆସିଲା ଅସଲ କାରଣ..

ପହଲଗାମର ବୈସିରନ ଘାଟିରେ କାହିକି ନଥିଲେ ସୁରକ୍ଷାକର୍ମୀ। ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ପ୍ରଶ୍ନ କରିଥିଲା ବେଳେ ସରକାର ଏହାର ସ୍ପଷ୍ଟିକରଣ ରଖିଥିଲେ। ବୈସିରନ ଘାଟିକୁ ଏମିତିରେ ଜୁନ୍ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗିଥାଏ। ଯେତେବେଳେ ଅମରନାଥ ଯାତ୍ରା ଆରମ୍ଭ ହୁଏ। କିନ୍ତୁ ସୁରକ୍ଷାକର୍ମୀଙ୍କ ଅଗୋଚରରେ ପର୍ଯ୍ୟଟକଙ୍କ ଲାଗି ଏହାକୁ ଏପ୍ରିଲ ୨୦ରେ ଖୋଲିଦିଆଯାଇଥିଲା। ଏପରିକି ଟୁର୍ ଅପରେଟର ଓ ସ୍ଥାନୀୟ ହୋଟେଲ ବ୍ୟବସାୟୀଙ୍କୁ ବି ଏ ବାବଦରେ ଅବଗତ କରାଯାଇନଥିଲା। କି ପର୍ଯ୍ୟଟକ ବାସିରନ ବୁଲିବାକୁ ଆସିଛନ୍ତି। ଏହା ସହ ଏହି ଘାଟିକୁ ବୁଲିବାକୁ ପର୍ଯ୍ୟଟକଙ୍କୁ କୌଣସି ଅନୁମତି ପୁଲିସ ପକ୍ଷରୁ ମିଳିନଥିଲା। ଆଉ ଏହି ବଡ଼ ଧରଣର ସୁରକ୍ଷା ତୃଟିରୁ ହଜାରେ ପର୍ଯ୍ୟଟକଙ୍କ ଜୀବନ ବିପଦରେ ପଡ଼ିଥିଲା ଏପ୍ରିଲ ୨୨ରେ। ଆଉ ଏହାର ମଉକା ନେଇ ଆତଙ୍କବାଦୀମାନେ ସେନା ବେଶରେ ମାସ୍କ ପିନ୍ଧି ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ମାରିଥିଲେ। ଧର୍ମ ପଚାରି ୨୬ ଜଣଙ୍କୁ ଗୁଳି କରି ହତ୍ୟା କଲେ। ପାହାଲଗାମରେ ୫ଶହ ଜବାନ ସବୁବେଳେ ଉପସ୍ଥିତ ରୁହନ୍ତି। କିନ୍ତୁ ସୂଚନା ଅଭାବରୁ ବୈସିରନ ଘାଟିରେ କେହି ମୁତୟନ ନଥିଲେ। କାରଣ ଟୁର୍ ଅପରେଟର ହିଁ ଏ ବାବଦରେ ସୁରକ୍ଷାକର୍ମୀଙ୍କୁ ସୂଚିତ କରିବା କଥା। ଆକ୍ରମଣ ପରେ ୪୫ ମିନିଟ ଲାଗିଥିଲା ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିବାକୁ। କାରଣ ପାହାଡରେ ଚାଲିଚାଲି ଯାଇଥିଲେ ସୁରକ୍ଷାବଳ। କଶ୍ମୀରର ରିସୋର୍ଟ ସହର ପହଲଗାମରେ ମିନି ସ୍ୱିଜରଲ୍ୟାଣ୍ଡ ଭାବରେ ପରିଚିତ ପ୍ରସିଦ୍ଧ ବୈସିରନ ଘାଟି କାହିଁକି ଅସୁରକ୍ଷିତ ହୋଇପଡ଼ିଲା, ତାକୁ ନେଇ ଏ ସବୁ ପ୍ରମୁଖ କାରଣ କୁହାଯାଉଛି। ନଦୀ, ଘଞ୍ଜ ଜଙ୍ଗଲ ଓ କାଦୁଅରେ ଭର୍ତ୍ତି ସର୍ପିଳ ଟ୍ରାକ୍ ମାର୍ଗରେ ଏହି ଘାଟିରେ ପହଞ୍ଚିଥାଆନ୍ତି ପର୍ଯ୍ୟଟକ। ଟ୍ରାକରେ କେବଳ ଚାଲିଚାଲି ନଚେତ ଘୋଡ଼ାରେ ବସି ଯାଇପାରିବେ ପର୍ଯ୍ୟଟକ। ମାର୍ଗର କିଛି ଅଂଶରେ ଖସିଯିବାର ଭୟ ବି ଥାଏ। ପହଲଗାମରୁ ବୈସିରନ ଘାଟିକୁ ଜଣେ ସୁସ୍ଥ ଯୁବକ ଚାଲି ଚାଲି ପହଞ୍ଚିବାକୁ ଘଣ୍ଟାଏ ଲାଗିବ। ବଡ଼ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ ହେଁ ଗଲା ମଙ୍ଗଳବାର କୌଣସି ପୁଲିସ ସୁରକ୍ଷା ବ୍ୟବସ୍ଥା ନଥିଲା। ଏପରିକି ସାଢ଼େ ୫ କିଲୋମିଟର ପର୍ଯ୍ୟନ୍ତ ଗୋଟିଏ ବି ପୁଲିସ ପିକେଟ୍ ନଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ୩୦ ଏକର ପରିମିତ ଜାଗାରେ ଥିବା ଏହି ଘାଟିକୁ ବୁଲିବାକୁ ଆସିଥାନ୍ତି ପର୍ଯ୍ୟଟକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *