କର୍ଣ୍ଣାଟକ ବିଜେପି ବିଧାୟକଙ୍କ ଘରୁ ୬ କୋଟି ନଗଦ କ୍ୟାସ ଜବତ

Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିର ଜଣେ ବିଧାୟକଙ୍କ ନିକଟରୁ ସାଢେ ସାତ କୋଟିରୁ ଅଧିକ ଟଙ୍କା ଜବତ। ୪୦ ଲକ୍ଷର ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବିଜେପି ବିଧାୟକ ମଦଳ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଳ। ଗୁରୁବାର କର୍ଣ୍ଣାଟକ ଲୋକାୟୁକ୍ତର ଆଣ୍ଟି କରପ୍ସନ ୱିଙ୍ଗ ବିଧାୟକଙ୍କ ପୁଅଙ୍କୁ ଗିରଫ କରିଥିବା ବେଳେ ବିଜେପି ବିଧାୟକଙ୍କ କାର୍ଯ୍ୟାଳୟରୁ ୧.୭ ଓ ଘରୁ ୬ କୋଟି ଟଙ୍କା ଜବତ ହୋଇଥିବା ଶୁକ୍ରବାର ସୂଚନା ଦିଆଯାଇଛି। ମଦଲ ବିରୁପାକ୍ଷପ୍ପା କର୍ଣ୍ଣାଟକ ସାବୁନ ଓ ଡିଟର୍ଜେଣ୍ଟ  ଲିମିଟେଡର ଅଧ୍ୟକ୍ଷ ଅଟନ୍ତି।

ଗୁରୁବାର କର୍ଣ୍ଣାଟକ ଲୋକାୟୁକ୍ତ ଅଧିକାରୀମାନେ ବିଜେପି ବିଧାୟକ ଏମ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଳଙ୍କୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା। ବିଧାୟକଙ୍‌କ ଘର ଓ ଅଫିସ ଉପରେ ରେଡ କରାଯିବାକୁ ଅଫିସରୁ ୧.୭ କୋଟି ଟଙ୍କା ଓ ଘରୁ  ୬ କୋଟି ଟଙ୍କା ଜବତ ହୋଇଛି।

ସୂତ୍ରର ସୂଚନା ଅନୁଯାୟୀ, ପ୍ରଶାନ୍ତଙ୍କୁ ବିଧାୟକଙ୍କ କର୍ଣ୍ଣାଟକ ସୋପ ଆଣ୍ଡ ଡିଟର୍ଜେଣ୍ଟ ଲିମିଟେଡ ଅଫିସରୁ ଗିରଫ କରାଯାଇଛି। ପ୍ରଶାସନିକ ସେବାର ୨୦୦୮ ବ୍ୟାଚର ଅଧିକାରୀ ପ୍ରଶାନ୍ତ ସାବୁନ ଓ ଡଟର୍ଜେଣ୍ଟ ତିଆରି କରିବାକୁ ଆବଶ୍ୟକ କଞ୍ଚାମାଲ କିଣିବା ଡିଲ ପାଇଁ ଠିକାଦାର ଠାରୁ ୮୦ ଲକ୍ଷ ଟଙ୍କା ଦାବି କରିଥିଲେ। ଗୁରୁବାର ଠିକାଦାର ପ୍ରଥମ କିସ୍ତିରେ ୪୦ ଲକ୍ଷ ଦେଉଥିବା ବେଳେ ଲୋକାୟୁକ୍ତର ଆଣ୍ଟି କରପସନ ୱିଂ ତାଙ୍କୁ ଗିରଫ କରିଛି। ଉଭୟ ପିତା ଓ ପୁତ୍ର ଲାଞ୍ଚ କାରବାରରେ ଲିପ୍ତ ଥିବା ଅଧିକାରୀ କହିଛନ୍ତି।  

Leave a Reply

Your email address will not be published. Required fields are marked *