ହାଇକୋର୍ଟରେ ବ୍ଲାକମେଲ କୁଇନ ପ୍ରସଙ୍ଗ

ଭୁବନେଶ୍ବର:  ଦିନକୁ ଦିନ ଜଟିଳ ହେଉଛି ବ୍ଲାକମେଲର୍ ଅର୍ଚ୍ଚନା ନାଗ ପ୍ରସଙ୍ଗ। ତା ସହ ସମ୍ପୃକ୍ତି ନେଇ ଜଣେ ପରେ ଜଣେ ରାଜନେତାଙ୍କ ନାଁ ସାମ୍ନାକୁ ଆସୁଛି । କିଛି ଫୋଟୋ ଓ ସୋସିଆଲ ମିଡିଆ ପୋଷ୍ଟ ହଇଚଇ ସୃଷ୍ଟି କରିଛି । ଏହାରି ଭିତରେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ବେଳେ ବିଜେଡ଼ି କହିଛି ତଦନ୍ତ ଚାଲିଛି । ଏପଟେ ଅର୍ଚ୍ଚନା ନାଗ ପ୍ରସଙ୍ଗ ହାଇକୋର୍ଟରେ ଯାଇ ପହଞ୍ଚିଥିବା ଆଗୁଆ ଜାମିନ ଆବେଦନ କରିଛି ଅର୍ଚ୍ଚନା ।

ଦିନକୁ ଦିନ ଜଟିଳ ହେଉଛି ଅର୍ଚ୍ଚନା ନାଗ ପ୍ରସଙ୍ଗ । ପଦାକୁ ଆସୁଛି ଜଣକ ପରେ ଜଣେ  ନେତାଙ୍କ ସହ ଫଟୋ ।ଅର୍ଚ୍ଚନା ନାଗଙ୍କ ନାଗଫାସରେ ହେଭିୱେଟ । ଯାହାକୁ କେନ୍ଦ୍ର କରି ଜୋର ଧରିଛି ରାଜନୀତି। ବିରୋଧୀଙ୍କ  ଟାର୍ଗେଟରେ ଏବେ ରାଜ୍ୟ ସରକାର । ବିଜେପି ସିଧାସଳଖ ଟାର୍ଗେଟ କରିଛି । କିପରି ଏତେ ଦିନ ଧରି ଅର୍ଚ୍ଚନା ସରକାରୀ କଳର ଅପବ୍ୟବହାର କରୁଥିଲା ବୋଲି ପ୍ରଶ୍ନ କରିଛି । ଏମିତି କି ପୋଲିସ ପାଖରେ ଥିବା ସବୁ ତଥ୍ୟ ଏବେ ତୃତୀୟ ମହଲାକୁ ଚାଲିଯାଇଥିବା ଅଭିଯୋଗ ହେଉଛି । ଅନ୍ୟପଟେ କଂଗ୍ରେସ କହିଛି ସତ ପଦାକୁ ଆସିବା ଦରକାର । କାହିଁକି ଓ କେମିତି ବିଜେଡି ବିଧାୟକମାନେ ଏତେ ଦାମୀ ଉପହାର ଦେଉଥିଲେ ତାର  ତଦନ୍ତ ହେବା ଆବଶ୍ୟକ ବୋଲି ଦୋହରାଇଛି । ଏପଟେ ବିଜେଡ଼ି କହିଛି ତଦନ୍ତ ଚାଲିଛି । ସରକାର ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ।

ଅନ୍ୟପଟେ  ହାଇକୋର୍ଟରେ ପହଞ୍ଚିଛି ଅର୍ଚ୍ଚନା ନାଗ ମାମଲା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ବା ଇଡି ଦ୍ଵାରା ତଦନ୍ତ କରିବାକୁ କୋର୍ଟଙ୍କ  ଦ୍ୱାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ । ଅର୍ଚ୍ଚନାଙ୍କ  କୋଟି କୋଟି ଟଙ୍କା ଅର୍ଥ କାରବାରର ଇଡି ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କୁ ପ୍ରାଥନା କରିଛି ବିକାଶ ପରିଷଦ। ଏହି ମାମଲାରେ କେନ୍ଦ୍ର ଅର୍ଥ ସଚିବ,ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓଡିଶା ସରକାର, ପୋଲିସ ମହା ନିର୍ଦେଶକ ଓଡିଶା, IIC ଖଣ୍ଡଗିରି ଓ ନୟାପଲ୍ଲୀ ଥାନାଙ୍କୁ ପକ୍ଷ ଭୁକ୍ତ କରିଛି  । ଏପଟେ ଭୁବନେଶ୍ୱର ଏସଡ଼ିଜିଏମ୍  କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ ।

ଅର୍ଚ୍ଚନା ନାଗଙ୍କ  କଳା ସାମ୍ରାଜ୍ୟ ପଛରେ କିଏ । ତାହା ଏବେ ମଧ୍ୟ ପ୍ରଶ୍ନ ଘେରରେ । ବାସ୍ତବରେ ଅର୍ଚ୍ଚନା ଓ ତାଙ୍କ ସହଯୋଗୀ ଆଉ କେଉଁ ଝିଅଙ୍କୁ ଏ କାମରେ ଲଗାଇ ବିପୁଳ ଅର୍ଥ ରୋଜଗାର କରୁଥିଲେ ତାହା ପଦାକୁ ଆସିବା ଦରକାର । ତେବେ ବର୍ତ୍ତମାନ ସମୟରେ ପୋଲିସର ନିରପେକ୍ଷତା ପ୍ରଶ୍ନ ଘେରରେ ରହିଛି ।

 କଟକରୁ ଚିତ୍ତରଞ୍ଜନ ସାମନ୍ତରାୟ ଓ ଭୁବନେଶ୍ୱରରୁ ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *