ବୋଗତୁଇ ନରସଂହାର, ଅଭିଯୁକ୍ତର ସିବିଆଇ କଷ୍ଟଡିରେ ମୃତ୍ୟୁ

Spread the love

କୋଲକାତା: ପଶ୍ଚିମ ବଙ୍ଗର ବୀରଭୂମ ବୋଗତୁଇରେ ହୋଇଥିବା ନରସଂହାର ମାମଲାରେ ସିବିଆଇ ଦ୍ବାର ଗିରଫ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ। ସିବିଆଇ କଷ୍ଟୋଡିରେ ଅଭିଯୁକ୍ତର ମୃତ୍ୟୁ ପରେ ଘନେଇଛି ବିବାଦ। ଅଭିଯୁକ୍ତକୁ ଯାଞ୍ଚକାରୀ ଅଧିକାରୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପତ୍ନୀ। ମାର୍ଚ୍ଚରେ ହୋଇଥିବା  ଏହି ନରସଂହାରରେ ୮ ଜଣଙ୍କୁ ଜୀବନ୍ତ ପୋଡି ଦେବା ସହ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ବହୁ ଘରେ ନିଆଁ ଲଗାଇ ଦେଇଥିଲେ ହିଂସାକାରୀ।

ବୋଗତୁଇ ନର ସଂହାର ମାମଲାରେ ଚଳିତ ମାସରେ ମୁଖ୍ୟ ଅଭିଯୁକ୍ତକୁ ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ସୀମାରୁ ସିବିଆଇ ଗିରଫ କରିଥିଲା। କିନ୍ତୁ ଅଭିଯୁକ୍ତର ମୃତଦେହ ସିବିଆଇ ହାଜତ ଭିତରେ ଥିବା ଶୌଚାଳୟରୁ ମଙ୍ଗଳବାର ଭୋର ସମୟରେ ଦେଖିବାକୁ ମିଳିଥିଲା। ରାମପୁରହାଟରେ ଥିବା ଏକ ଗୃହରେ ସିବିଆଇ ତାର ଅସ୍ଥାୟୀ କାର୍ଯ୍ୟାଳୟ କରିଛି। ଅଭିଯୁକ୍ତଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସିବିଆଇ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ। ଯାଞ୍ଚକାରୀ ଅଧିକାରୀ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି।

ଗତ ମାର୍ଚ୍ଚ ୨୧ ତାରିଖରେ ଟିମେଏସ ନେତା ଭାଦୁ ଶେଖଙ୍କ ହତ୍ୟା ପରେ ଅଞ୍ଚଳରେ ଦେଖାଦେଇଥିଲା ହିଂସା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମାମଲାର ଯାଞ୍ଚ କରୁଛି।   

Leave a Reply

Your email address will not be published. Required fields are marked *