ଝାଡ଼ଖଣ୍ଡ ବୋକାରୋରେ ନକ୍ସଲଙ୍କ ବିରୁଦ୍ଧରେ ବଡ଼ ଧରଣର ଅପରେସନ। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୮ ନକ୍ସଲଙ୍କ ମୃତ୍ୟୁ ହୋଇଛି। ବହୁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ। ମୃତ ନକ୍ସଲଙ୍କ ଭିତରେ ଏକ କୋଟି ଟଙ୍କାର ପୁରଷ୍କାର ରାଶି ଥିବା ମାଓବାଦୀ ବିବେକ ବି ମୃତ୍ୟୁବରଣ କରିଛି। ଏକେ-୪୭ ରାଇଫଲ, ଏକ ଏସଏଲଆର,୩ଟି ଇନସାସ ରାଇଫଲ, ଏକ ପିସ୍ତଲ ଓ ୮ ଦେଶୀ ରାଇଫଲ ଜବତ ହୋଇଛି। ଏଥିରେ ଜବାନଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଏବେ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି। ଆଜି ସକାଳୁ ସିଆରପିଏଫର କୋବ୍ରା କମାଣ୍ଡୋ ଓ ଝାଡ଼ଖଣ୍ଡ ପୁଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଥିଲା। ଭୋର ସାଢ଼େ ୫ଟାରେ ଅପରେସନ ଆରମ୍ଭ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗଲା ଶୁକ୍ରବାର ବି କହିଥିଲେ, ଲୁଚିଥିବା ନକ୍ସଲ ତୁରନ୍ତ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୁଅନ୍ତୁ। ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଦେଶକୁ ନକ୍ସଲବାଦ ଅଭିଶାପରୁ ମୁକ୍ତ କରିବାକୁ ସରକାର ପ୍ରତବଦ୍ଧ ଅଟନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now