ବରକୁ ମାରିବାକୁ ସୁପାରୀ ଦେଇଥିଲା କନ୍ୟା

ମହାରାଷ୍ଟ୍ର ପୁଣେରୁ ଆସିଛି ଚକିତ କଲା ଭଳି ଘଟଣା। ନିର୍ବନ୍ଧ ଓ ପ୍ରି-ଓ୍ୱେଡିଂ ସୁଟ୍ ପରେ ଅଚାନକ ବରକୁ ପସନ୍ଦ କଲାନି କନ୍ୟା। ମନର କଥା ମନରେ ମାରି ରଖିଲା। କିନ୍ତୁ ମନରେ ରଖିଥିଲା ବିପଜ୍ଜନକ ପ୍ଲାନ୍। କେମିତି ବିବାହ ଆଗରୁ ବରକୁ ସବୁଦିନ ରାସ୍ତାରୁ ହଟାଇହେବ, ସେଥିଲାଗି କରିଥିଲା ମର୍ଡର ପ୍ଲାନ୍। ଏଥିଲାଗି ସୁପାରୀ କିଲର ନିୟୋଜିତ ବି କରିଥିଲା। ବର ସାଗର ଜୟସିଂଙ୍କ ଚାଲି ଦେଖି ପସନ୍ଦ କରିନଥିଲା କନ୍ୟା ମୟୂରୀ। ବିବାହ ତୁଟାଇଲେ ବଦନାମ ଭୟରେ ମୟୂରୀ କାହାକୁ କିଛି କହିନଥିଲା। ନିଜ ସାଙ୍ଗ ସନ୍ଦୀପ ଗାଓ୍ୱଡ଼େ ସହ ମିଶି ସାଗରକୁ ହତ୍ୟା କରିବାକୁ ଦେଢ଼ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା। ଫେବୃଆରୀ ୨୭ରେ ଯେତେବେଳେ ସାଗର ନିଜ ହୋଟେଲକୁ ଫେରୁଥିଲେ, କିଛି ଦୁର୍ବୃତ୍ତ ତାଙ୍କୁ ଲାଠିରେ ଆକ୍ରମଣ କରିଥିଲେ। ସାଗର କୌଣସିମତେ ସେମାନଙ୍କ କବଳରୁ ଖସି ଥାନାରେ ପହଞ୍ଚିଥିଲେ। ଯାଞ୍ଚ ପରେ ଅଭିଯୁକ୍ତ ଆଦିତ୍ୟ, ସନ୍ଦୀପ, ଶିବାଜୀ, ସୁରଜ ଓ ଇନ୍ଦ୍ରଭାନଙ୍କୁ ପୁଲିସ ଗିରଫ କରିଛି। ଘଟଣାରେ ବ୍ୟବହୃତ କାର୍ ଜବତ କରିଛି। ଆଉ ଜେରା ପରେ ଯାହା ଜାଣିଲା, ପୁଲିସ ତାଜୁବ୍ ହୋଇଗଲା। ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୟୂରୀ ଫେରାର୍ ହୋଇଯାଇଛି। ତାଙ୍କୁ ଗିରଫ କରିବାକୁ ପୁଲିସ ତନାଘନା ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *