ପ୍ରେମିକର ସାଙ୍ଗଙ୍କ ସହ ମିଶି ନିଜ ୨୫ ବର୍ଷୀୟ ସ୍ୱାମୀକୁ ମାରିଦେଲା ପତ୍ନୀ। ମଧ୍ୟପ୍ରଦେଶର ବୁରହାନପୁରରେ ୧୭ ବର୍ଷୀୟା ପତ୍ନୀର କାରାନାମା ଯିଏ ଶୁଣୁଛି, ତାଜୁବ୍ ହୋଇଯାଉଛି। ସ୍ୱାମୀକୁ ଭଙ୍ଗା ବିଅର ବୋତଲରେ ୩୫ଥର ଭୁଷିଥିଲା ପତ୍ନୀ। ସ୍ୱାମୀର ମୃତ୍ୟୁ ପରେ ଶବକୁ ଭିଡିଓ କଲରେ ପ୍ରେମିକକୁ ବି ଦେଖାଇଥିଲା। ଶେଷରେ ପୁଲିସ ପତ୍ନୀ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି। ନାବାଳିକା ପତ୍ନୀ ତାହେଲେ ଏମିତି କାହିଁକି କଲା। ମୃତକ ହେଲେ ଶାହପୁର କସବେ ନିବାସୀ ରାହୁଲ କୁମାର ଓରଫ ରାଜେନ୍ଦ୍ର ପାଣ୍ଡେ। ୪ ମାସ ପୂର୍ବରୁ ନାବାଳିକା ଯୁବତୀ ସହ ବିବାହ ହୋଇଥିଲା। ଏପ୍ରିଲ ୧୩ ତାରିଖରେ ଇନ୍ଦୋର- ଇଛାପୁର ହାଇଓ୍ୱେର ବୁରହାନପୁର ଆଇଟିଆଇ କଲେଜ ପାଖରେ ଏକ ବୁଦା ମୂଳେ ରାହୁଲର ଶବ ମିଳିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ମର୍ଡରର ଦିନକ ଆଗରୁ ନିଜ ପତ୍ନୀ ସହ ମାର୍କେଟକୁ କିଣାକିଣି କରିବାକୁ ଆସିଥିଲେ ରାହୁଲ। ଫେରିଲା ବେଳକୁ ଆଇଟିଆଇ ଛକରେ ଜାଣିଶୁଣି ତାଙ୍କ ପତ୍ନୀ ପାଦରୁ ଚପଲ ଖସାଇଦେଇଥିଲେ। ଆଉ ବାଇକ୍ ରୋକିବାକୁ କହିଥିଲେ। କାରଣ ଲଳିତ ଓ ତାଙ୍କ ନାବାଳକ ସହଯୋଗୀ ସେମାନଙ୍କ ପିଛା କରୁଥିବା ଦେଖିଦେଇଥିଲେ ପତ୍ନୀ। ବାଇକ୍ ରୋକିବା ମାତ୍ରେ ରାହୁଲଙ୍କୁ ଉଭୟ ପିଟିବାକୁ ଆରମ୍ଭ କରିଥିଲେ। ଆଉ ତାଙ୍କ ପତ୍ନୀ ଭଙ୍ଗା ବିଅର ବୋତଲରେ ଆକ୍ରମଣ କରିଥିଲା। ରାହୁଲଙ୍କୁ ଭଙ୍ଗା ବୋତଲରେ ୩୫ ଥର ଭୁଷିଥିଲା। ହତ୍ୟାର ଯୋଜନା ଝିଅ ଓ ତାଙ୍କର ୨୩ ବର୍ଷୀୟ ପ୍ରେମିକ ଯୁବରାଜ ପାଟିଲ୍ ଆଗରୁ କରିସାରିଥିଲେ। ଏଥିରେ ଅନ୍ୟ ଦୁଇ ଜଣ ୨୨ ବର୍ଷୀୟ ଲଳିତ ପାଟିଲ ଓ ଜଣେ ନାବାଳକ ସହଯୋଗ କରିଥିଲେ। ଏହା ପରେ ସମସ୍ତ ଅଭିଯୁକ୍ତ ଟ୍ରେନରେ ଇନ୍ଦୋର ଫେରାର୍ ହୋଇଯାଇଥିଲେ। ମୋବାଇଲ ଲୋକେସନ ଟ୍ରାକ୍ କରି ଅଭିଯୁକ୍ତଙ୍କୁ ଇନ୍ଦୋରର ସାଓ୍ୱେଁର ପାଖରୁ ଧରିଥିଲା ପୁଲିସ। ପତ୍ନୀ ଭାବୁଥିଲେ ଏ ହତ୍ୟାକାଣ୍ଡ ପରେ ନାବାଳିକା ହେତୁ ତାଙ୍କୁ କମ୍ ଦଣ୍ଡ ମିଳିବ। ଫୋନ୍ ରେକର୍ଡିଂ ଓ ଚାଟିଂରୁ ଏହି ସୁଚିନ୍ତିତ ଷଡ଼ଯନ୍ତ୍ରର କଥା ଧରାପଡ଼ିଥିଲା। ନାବାଳିକା ପତ୍ନୀ ଓ ହତ୍ୟାକାରୀ ସହଯୋଗୀ ନାବାଳକକୁ ବାଳ ସ୍ୱଧାର ଗୃହକୁ ପଠାଇଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now