ବସ୍‌ କର୍ମଚାରୀଙ୍କ ଦାଦାଗିରି

ବାଇକ ଚାଳକଙ୍କୁ ସାଇଟ୍ ମାରିବାକୁ ନେଇ ବଚସା, ପରେ ୩ଜଣଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କଲେ ବସ କର୍ମଚାରୀ। ଗୁରୁତର ଅଵସ୍ଥାରେ ୩ ଜଣକୁ ପ୍ରଥମେ ଭଦ୍ରକ, ପରେ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଭଦ୍ରକ ସହର ଚରମ୍ପା ପେଟ୍ରୋଲ ପମ୍ପ ନିକଟରେ ପାଢ଼ୀ ନାମକ ଯାତ୍ରୀବାହୀ ବସ ବାଇକ ଆରୋହୀଙ୍କୁ ସାଇଟ୍ ମାରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବସ ଡ୍ରାଇଭର ଜଣକ ସ୍ଥାନୀୟ ଲୋକଙ୍କୁ ଡକାଇ ୩ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ବସ କୁ ଜବତ କରିବା ସହ ୩ ଜଣକୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ତେବେ ବସ କର୍ମଚାରୀ ଫେରାର ହୋଇଥିବାବେଳେ, ବସ କୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି ପୋଲିସ। ତେବେ ବସ କର୍ମଚାରୀଙ୍କ ଆକ୍ରମଣକୁ ତୀବ୍ର ବିରୋଧ କରାଯାଇଥିବାବେଳେ, ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଦାବୀ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *