ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ , ଫେସ୍‌ବୁକ୍‌ରୁ ବହୁ ତଥ୍ୟ ଆସିଲ। ପଦାକୁ

Spread the love

ଭଦ୍ରକ : ଭଦ୍ରକ ଜିଲାର ଧାମନଗର ଥାନା ନିକଟ ମୁଲଣାସାହିର ଭାସ୍କର ସାମଲ ନାମକ ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ନିଜ ପତ୍ନୀ ସସ୍ମିତାର ଗଳାକାଟି ହତ୍ୟା କରିବା ପରେ ନିଜେ ଘର ପାଖ ବିଲକୁ ଯାଇ ସେଠାରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ଭୋର ସମୟରେ ଗାଁ ଲୋକେ ପଦାକୁ ଆସିବା ପରେ ଗଛରେ ଭାସ୍କରଙ୍କର ମୃତଦେହ ଝୁଲୁଥିବାର ଦେଖି ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲେ । ଘର ପାଖକୁ ଆସି ଲୋକେ ଭାସ୍କରଙ୍କ ପତ୍ନୀ ସସ୍ମିତାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖିଥିଲେ । ତାଙ୍କ ବେକ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିଲା । ଛାତି ଓ ହାତରେ ଗଭୀର କ୍ଷତ ହୋଇଥିବାବେଳେ ମୃତଦେହ ପାଖରେ ରକ୍ତଲଗା ଏକ ଧାରୁଆ ଅସ୍ତ୍ର ପଡିଥିଲା । ଏଥିରୁ ଅନୁମାନ କରାଯାଇଥିଲା ଯେ ସସ୍ମିତାକୁ ହତ୍ୟା କରାଯାଇଛି । ଏହି ସମୟରେ ଭାସ୍କରଙ୍କ ଫେସବୁକ୍ ବନ୍ଧୁମାନେ ଘଟଣା ସଂପର୍କରେ ଅଧିକ ତଥ୍ୟ ପାଇଥିଲେ । ରାତି ପ୍ରାୟ ୩ଟାରୁ ୩.୩୦ ମିନିଟ୍ ମଧ୍ୟରେ ଭାସ୍କର ଫେସବୁକ୍‌ରେ ନିଜର ଭିଡିଓ ଲାଇଭ୍ କରିଛନ୍ତି । ଏଥିରେ ସେ ଗୋଟିଏ ରଶି ଧରି ଗଛ ଉପରେ ଚଢିଥିବାର ଦେଖିବାକୁ ମିଳିଥିଲା । ସେହି ଭିଡିଓରେ ସେ ଅନେକ କଥା କହୁଥିଲେ । ପରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବାର ମଧ୍ୟ ସ୍ୱୀକାର କରିଥିଲେ । ସେ ବଂଚିବାକୁ ଇଚ୍ଛା ରଖିନାହାଁନ୍ତି । ତାଙ୍କ ପିଲାର ଦାୟିତ୍ୱ ଜଣେ ସଂପର୍କୀୟଙ୍କୁ ଦେଉଥିବା ବିଷୟ ସେ ଏହି ଲାଇଭ୍ ଭିଡିଓରେ କହିଛନ୍ତି । ଭାସ୍କରଙ୍କ ଏହି ଲାଇଭ୍ ଭିଡିଓରୁ ଲୋକେ ଅନୁମାନ କରୁଛନ୍ତି ଯେ ପତ୍ନୀ ସସ୍ମିତାଙ୍କୁ ସେ ହତ୍ୟା କରିବା ପରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ମିଳିବା ପରେ ଧାମନଗର ଥାନା ଅଧିକାରୀ ବନମାଳୀ ବାରିକ ଓ ସାଇ ିଫିକ୍ ଟିମ୍ ଘଟଣାସ୍ଥଳରେ ପହ ô ତଦନ୍ତ କରିବା ପରେ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛନ୍ତି । ଏ ସଂପର୍କରେ ଧାମନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି । ଏଠାରେ ସୂଚନାଯୋଗ୍ୟ ମୃତା ସସ୍ମିତାର ପିତା ଓ ଭାସ୍କର ଭାଇଙ୍କ ଲିଖିତ ଅଭିଯୋଗ କ୍ରମେ କେଶ୍ ନଂ ୨୭୧/୨୩ ରେ ମଧ୍ୟ ମାମଲା ରୁଜୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିଭିନ୍ନ କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ମନୋମାଳିନ୍ୟ ଥିଲା । ଗତ କିଛିଦିନ ତଳେ ଥାନାରେ ଭଦ୍ରଲୋକଙ୍କ ମାଧ୍ୟମରେ ସେମାନଙ୍କର ସମସ୍ୟାର ସମାଧାନ ମଧ୍ୟ ହୋଇଥିଲା । ତେବେ ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଭାସ୍କରଙ୍କ ଦୁଇପୁତ୍ର ରାକେଶ (୧୬) ଓ ରମେଶ (୧୩) ଏବେ ଅନାଥ ହୋଇଯାଇଛନ୍ତି । ଭାସ୍କରଙ୍କ ମୃତ୍ୟୁ ପୂର୍ବ ଫେସବୁକ୍ ଲାଇଭ୍‌ରେ ପୁଲିସ୍ ରାଜନେତା ଓ ସାମ୍ବାଦିକଙ୍କ ନାମକୁ ଉଚ୍ଚାରଣ କରିଥିବାରୁ ତଦନ୍ତ କଲେ ଅନେକ ରହସ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *