ଆମେରିକା କାଲିଫର୍ଣ୍ଣିଆରେ ଶୁଟ୍ ଆଉଟ୍ରେ ଟଳିଲା ପଞ୍ଜାବର ଡ୍ରଗ୍ସ ମାଫିଆ। ସୁନୀଲ ଯାଦବ ଓରଫ ଗୋଲିକୁ ଗୁଳି କରି ହତ୍ୟା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ସୁନୀଲକୁ ହତ୍ୟା କରିଥିବା ନେଇ ରୋହିତ ଗୋଦାରା ନାମକ ଜଣେ ବ୍ୟକ୍ତି ନିଜକୁ ଦାୟୀ କରିଛନ୍ତି। ସେ ଏନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ରୋହିତ ଗୋଦାରା କହିଛନ୍ତି ଯେ ସୁନୀଲ ପଞ୍ଜାବ ପୁଲିସ ମିଶିଥିଲା। ସେ ପୁଲିସ ସହ ମିଶି ଆମର ପ୍ରିୟ ଭାଇ ଅଙ୍କିତ ଭଦୁର ଏନକାଉଣ୍ଟର କରିଥିଲା। ଏହାର ପ୍ରତିଶୋଧ ନିଆଯାଇଛି। ଆଉ ଯେଉଁମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି, ସମସ୍ତଙ୍କ ହିସାବ ହେବ।
ଡ୍ରଗ୍ସ କାରବାର ମାମଲାରେ ସୁନୀଲ ଯାବଦକୁ ଜଣେ ବଡ଼ ଖୋଳାଳି ବୋଲି କୁହାଯାଉଥିବା ବେଳେ ସେ ଜଣେ ବଡ଼ ଡ୍ରଗ୍ସ ମାଫିଆ ଥିଲା। ପ୍ରାୟ ୨ ବର୍ଷ ପୂର୍ବେ ଏକ ନକଲି ପାସପୋର୍ଟ ଜରିଆରେ ସୁନୀଲ ଯାଦବ ଆମେରିକା ପଳାଇଥିଲା। ସେ ପଞ୍ଜାବ ଅବୋହର ଫାଜିଲ୍କାର ବାସିନ୍ଦା। ପୂର୍ବରୁ ସୁନୀଲ ଲରେନ୍ସ ଗ୍ୟାଙ୍ଗ ସହିତ ଜଡିତ ଥିଲା। ରାଜସ୍ଥାନ ପୁଲିସ ଦୁବାଇରେ ଥିବା ସୁନୀଲ ଯାଦବର ସହଯୋଗୀଙ୍କୁ ପୂର୍ବରୁ ଗିରଫ କରିଥିଲା। ଏହାପୂର୍ବରୁ ଗଙ୍ଗନଗରରେ ପଙ୍କଜ ସୋନି ହତ୍ୟା ମାମଲାରେ ରାଜସ୍ଥାନ ପୁଲିସ ସୁନୀଲ ଯାଦବଙ୍କୁ ଗିରଫ କରିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now